ସନ୍ଧ୍ୟାରେ ଶପଥ ନେବେ ମୋଦି, ସୁରକ୍ଷା ଦେବେ ଏନଏସଜି କମାଣ୍ଡୋ । ବିଦେଶୀ ଅତିଥିଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ହାଇ ଆଲର୍ଟ । Kanak News

ପ୍ରାୟ ୮ ହଜାର ଅତିଥିଙ୍କ ଗହଣରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ୮ ହଜାର ଅତିଥିଙ୍କ ମଧ୍ୟରୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ । ଏପରିକି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଦେଖିବାକୁ ମିଳିବ । ସେହିଭଳି ଦେଶର ବିଶିଷ୍ଟ ଶିଳ୍ପପତି ଓ ଭିଭିଆଇପି ମାନେ ମଧ୍ୟ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ । ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଖାସକରି ନୂଆଦିଲ୍ଲୀ, ମଧ୍ୟ ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀକୁ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି ।

from Kanak News http://bit.ly/2HLMbSX http://bit.ly/2YX5NZX
No comments: