ନୂଆଦିଲ୍ଲୀ ୩୦|୫: ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଖାସ୍ ମେହମାନ୍ଙ୍କ ତାଲିକା ଖୁବ୍ ଲମ୍ବା । ସମାରୋହରେ ବିମ୍ଷ୍ଟେକ୍ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷମାନେ ଯୋଗଦେଇଛନ୍ତି । ଏଥିସହ ଦେଶର ଅନେକ ନାମିଦାମୀ ହସ୍ତି ମଧ୍ୟ ଯୋଗ ଦେଉଛନ୍ତି ।
ଆରମ୍ଭ ହେବାକୁ ଯାଉଛି ମୋଦିଙ୍କ ଦମଦାର୍ ସେକେଣ୍ଡ ଇନିଂସ୍ । ପ୍ରଥମ ଥର ଅପେକ୍ଷା ଅଧିକ ଆସନ, ଅଧିକ ସମର୍ଥନ, ପ୍ରଚଣ୍ଡ ବହୁମତ । ଏମିତିରେ ଫିର୍ ଏକ୍ ବାର ମୋଦି ସରକାର ସ୍ବପ୍ନ ଯେତେବେଳେ ସାକାର ହୋଇଛି ସେତେବେଳେ ଶପଥ ଗ୍ରହଣ ସମାବେଶ ବି ସେତିକି ସାନ୍ଦାର୍ ହେବାକୁ ଯାଉଛି । ମୋଦିଙ୍କ ନୂଆ ଟିମ୍ର ଶପଥ ସମାରୋହରେ ମେହମାନ୍ଙ୍କ ତାଲିକା ବି ଖୁବ୍ ଲମ୍ବା । ୨୦୧୪ରେ ସାର୍କ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିଙ୍କୁ ଡକାଯାଇଥିଲା, ଏଥର କିନ୍ତୁ ଇନ୍ଭାଇଟ୍ ହୋଇଛନ୍ତି ବିମ୍ସ୍ଟେକ୍ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷ । ଯେଉଁଥିରେ ସାମିଲ ଅଛନ୍ତି ଶ୍ରୀଲଙ୍କା, ମିଆଁମାର, ଥାଇଲ୍ୟାଣ୍ଡ, ଭୁଟାନ୍, ନେପାଲ, ବାଂଲାଦେଶ ଭଳି ଦେଶ । ଏହା ଛଡ଼ା ମରିସିୟସ୍ର ପ୍ରଧାନମନ୍ତ୍ରୀ ଏବଂ କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତି ମଧ୍ୟ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଛନ୍ତି । ସେପଟେ ଭାରତର ସବୁ ରାଜ୍ୟର ଗୃହମନ୍ତ୍ରୀ, ରାଜ୍ୟପାଳ ଏବଂ ନେତାଙ୍କ ପ୍ରତିନିଧି ବି ଏଥିରେ ସାମିଲ ହୋଇଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଗୁଲାମ ନବୀ ଆଜାଦ ପ୍ରମୁଖ ନେତାମୋନେ ଉତ୍ସବରେ ଯୋଗଦେଇଛନ୍ତି ।
ସମାରୋହରେ ସାମିଲ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ସେହିଭଳି ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ପୁର୍ବତନ ରାଷ୍ଟ୍ରପତି ପ୍ରତିଭା ସିଂହ ପାଟିଲ, ସଦଗୁରୁ, ଅଭିନେତା ରଜନୀକାନ୍ତ, କଣ୍ଠଶିଳ୍ପୀ ଆଶା ଭୋଁସଲେ, କଙ୍ଗନା ରାଣାୱତ, ସାହିଦ କପୁର, କରଣ ଜୋହର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଶିଳ୍ପପତି ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ରତନ ଟାଟା ପ୍ରମୁଖ ଯୋଗ ଦେଇଛନ୍ତି ।
from News7 http://bit.ly/2YXHxqU
No comments: