ଅମିତ ଶାହାଙ୍କ ପରେ କିଏ ହେବ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ?

ନୂଆଦିଲ୍ଲୀ ୩୧|୫:  କିଏ ହେବ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଜାରି ରହିଛି । ଧର୍ମେନ୍ଦ୍ର ପ୍ରଧାନ ଅମିତଙ୍କ ଉତ୍ତରାଧିକାରୀ ହେବେ ବୋଲି ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବା ବେଳେ ସେ କିନ୍ତୁ ମନ୍ତ୍ରିପଦ ପାଇସାରିଛନ୍ତି । ତେଣୁ ଏବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ସେନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡରେ ଅଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା ଓ ଭୂପେନ୍ଦ୍ର ଯାଦବ । ତେବେ ଜେ.ପି. ନଡ୍ଡାଙ୍କ ନାଁ ଆଗରେ ଥିବା ଜଣାପଡିଛି । ଭୂପିନ୍ଦର ଯାଦବଙ୍କ ନାମ ମଧ୍ୟରେ ଚର୍ଚ୍ଚାରେ ରହିଛି । କାହାକୁ ଦଳର ସଭାପତି ଦାୟିତ୍ୱ ଦିଆଯିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ଦୁଇ ଦିନ ଧରି ଆଲୋଚନା କରିଥିବା ସୂଚନା ମିଳିଛି ।

ଗତକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫୮ ମନ୍ତ୍ରୀ । ମୋଦିଙ୍କ ନୂଆ ଟିମ୍‌ରେ ୨୪ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୩୩ ରାଷ୍ଟ୍ର ମନ୍ତ୍ରୀ ଥିବାବେଳେ, ସେମାନଙ୍କ ମଧ୍ୟରୁ ୯ ରାଷ୍ଟ୍ର ମନ୍ତ୍ରୀ ସ୍ବାଧୀନ ଭାବେ କାର୍ଯ୍ୟ ତୁଲାଇବେ । ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ । ତାଙ୍କ ପରେ ଶପଥ ନେଇଥିଲେ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।



from News7 http://bit.ly/2JNQmjy
ଅମିତ ଶାହାଙ୍କ ପରେ କିଏ ହେବ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଅମିତ ଶାହାଙ୍କ ପରେ କିଏ ହେବ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ? Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.