କେନ୍ଦ୍ର କ୍ୟାବିନେଟ୍ ବୈଠକ ପୂର୍ବରୁ ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ସମ୍ଭାବନା, କାହାକୁ ମିଳିବ କେଉଁ ବିଭାଗ ?

ନୂଆଦିଲ୍ଲୀ ୩୧|୫:  ଆରମ୍ଭ ହୋଇଛି ମୋଦି ସରକାରଙ୍କ ସେକେଣ୍ଡ ଇନିଂସ୍ ।  ଆଜି ବିଭାଗ ବଣ୍ଟନ ହୋଇପାରେ । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫୮ ମନ୍ତ୍ରୀ । ମୋଦିଙ୍କ ନୂଆ ଟିମ୍ ରେ ୨୪ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୩୩ ରାଷ୍ଟ୍ର ମନ୍ତ୍ରୀ ଥିବା ବେଳେ, ସେମାନଙ୍କ ମଧ୍ୟରୁ ୯ ରାଷ୍ଟ୍ର ମନ୍ତ୍ରୀ ସ୍ବାଧୀନ ଭାବେ କାର୍ଯ୍ୟ ତୁଲାଇବେ । କାହାକୁ କେଉଁ ବିଭାଗ ମିଳିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

ବିଜେପି ପାଇଁ ସଫଳତା ଭେଟି ଦେବା ପରେ ପ୍ରଥମଥର ଅମିତ ଶାହା କ୍ୟାବିନେଟ୍ ରେ ସାମିଲ ହୋଇଛନ୍ତି । ତାଙ୍କୁ ଗୃହ, ଅର୍ଥ , ପ୍ରତିରକ୍ଷା ବା ବୈଦେଶିକ ବିଭାଗ ଭିତରୁ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ । ସେହିପରି ରାଜନାଥଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ ।

ଜେଟଲୀ ଏବଂ ସୁଷମା ସ୍ବରାଜ କ୍ୟାବିନେଟ୍ ରେ ନଥିବାରୁ ଅର୍ଥ ଏବଂ ବୈଦେଶିକ ବିଭାଗ କାହାକୁ ମିଳିବ ସେନେଇ ଚର୍ଚ୍ଚା ଲାଗିରହିଛି । ପୂର୍ବତନ ବୈଦେଶିକ ସଚିବ ଏସ୍. ଜୟଶଙ୍କରଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବା ପଛରେ ମଧ୍ ମୋଦିଙ୍କ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରହଛି । ଭାରତର ବୈଦେଶିକ ସଂପର୍କକୁ ସୁଧାରିବାରେ ତାଙ୍କର ପ୍ରମୁଖ ଥଲା, ତେଣୁ ମୋଦି ମନ୍ତ୍ରୀମଣ୍ଡଳରେ ତାଙ୍କୁ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ପଦ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ସେହିପରି ନିର୍ମଳା ସୀତାରମଣ, ନୀତିନ ଗଡକରୀ, ସ୍ମୃତି ଇରାନୀ, ରବିଶଙ୍କର ପ୍ରସାଦ, ପିୟୁଷ ଗୋୟଲଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ ।  ଆଜି ସଂଧ୍ୟାରେ ମୋଦିଙ୍କ ପ୍ରଥମ କ୍ୟାବିନେଟ ବୈଠକ ବସିବ । ତା ଆଗରୁ ବିଭାଗ ବଣ୍ଟନ ହେବାର ସମ୍ଭାବନା ରହିଛି ।



from News7 http://bit.ly/2QCvQD6
କେନ୍ଦ୍ର କ୍ୟାବିନେଟ୍ ବୈଠକ ପୂର୍ବରୁ ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ସମ୍ଭାବନା, କାହାକୁ ମିଳିବ କେଉଁ ବିଭାଗ ? କେନ୍ଦ୍ର କ୍ୟାବିନେଟ୍ ବୈଠକ ପୂର୍ବରୁ ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ସମ୍ଭାବନା, କାହାକୁ ମିଳିବ କେଉଁ ବିଭାଗ ? Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.