ଭୁବନେଶ୍ବର ୩୧|୫: ଜାତୀୟ ସ୍ତରରେ ୨୦୧୮ ବର୍ଷ ପାଇଁ ଷ୍ଟାର୍ଟ-ଅପ୍ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାକିଙ୍ଗରେ ରହିଛି ଓଡିଶା । ୨୦୧୮ରେ ଦେଶର ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ରାକିଙ୍ଗରେ ଓଡିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ( ଟପ୍ ପର୍ଫର୍ମର) ରାଜ୍ୟ ମାନ୍ୟତା ହାସଲ କରିଛି । ପ୍ରାୟ ୩୮ଟି ମାନଦଣ୍ଡରେ ଏହି ନିଷ୍ପତ୍ତି ନିଆଯାଇଥିଲା, ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଦିନ ସୂଚନା ଦିଆଯାଇଛି ।
ରାଜ୍ୟର ୪୨୩ଟି ଷ୍ଟାର୍ଟ-ଅପ୍ ମଧ୍ୟରୁ ୧୨୩ଟି ମହିଳାଙ୍କ ଦ୍ବାରା ପରିଚାଳିତ, ଯାହାକୁ ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା କରାଯାଇଛି । ଆଗକୁ ଖୁବ୍ ଶୀଘ୍ର ଓଡ଼ିଶାର ସବୁ ବଡ଼ ବଡ଼ ବଡ଼ ସହରରେ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠା କରାଯିବ ଏବଂ ଷ୍ଟାର୍ଟ-ଅପ୍ ସନକ୍ଲେଭର ଆୟୋଜନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
from News7 http://bit.ly/2QDKyd0
ଷ୍ଟାର୍ଟ-ଅପ୍ ରାକିଙ୍ଗରେ ଓଡିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ, ୩୮ଟି ମାନଦଣ୍ଡ ଅନୁଯାୟୀ ମିଳିଲା ମାନ୍ୟତା
Reviewed by SUBHENDU BARAL
on
May 31, 2019
Rating:
No comments: