ଭୁବନେଶ୍ବର ୩୧|୫: ଆଣ୍ଡାମାନରେ ଅଟକି ରହିଛି ମୌସୁମୀ । ୬ ଦିନ ବିଳମ୍ବରେ କେରଳ ଛୁଇଁବା ସମ୍ଭାବନା ରହିଛି । ସାଧାରଣତଃ ଜୁନ୍ ପହିଲାରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥାଏ । ଏଥର ମଧ୍ୟ ସେହି ସମୟରେ କେରଳରେ ମୌସୁମୀ ପହଞ୍ଚିବ ବୋଲି ଆକଳନ କରାଯାଇଥିଲା ।
ଗତ ମେ ୧୮ ତାରିଖରେ ବି ମୌସୁମୀ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ପହଞ୍ଚିଥିଲା । ତେବେ ସେଠାରେ ହିଁ ଅଟକି ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୁଣିଥରେ ସକ୍ରିୟ ହେବା ଲାଗି ସମୟ ଲାଗିବ । ତେଣୁ ମୌସୁମୀ ଏଥର ବିଳମ୍ବରେ କେରଳ ଛୁଇଁବ ।
ଅନ୍ୟପକ୍ଷରେ ଓଡିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତକାଲି ଟିଟିଲାଗଡ ତାପମାତ୍ରା ୪୪ ଡିଗ୍ରି ଛୁଇଁଛି । ଏଥିସହ ବଲାଙ୍ଗୀରରେ ୪୨.୫ ଡିଗ୍ରି ରହିଥିବା ବେଳେ ଝାରସୁଗୁଡା ୪୨.୨, ଭବାନୀପାଟଣାରେ ୪୨, ଅନୁଗୋଳ ଓ ତାଳଚେରରେ ୪୧.୭ ଡିଗ୍ରି ରେକର୍ଡ କରାଯାଇଛି ।
from News7 http://bit.ly/2JNUAYg
ଆଣ୍ଡାମାନରେ ଅଟକି ରହିଛି ମୌସୁମୀ ୬ ଦିନ ବିଳମ୍ବରେ କେରଳ ଛୁଇଁବା ସମ୍ଭାବନା
Reviewed by SUBHENDU BARAL
on
May 31, 2019
Rating:
No comments: