
ବାଲେଶ୍ୱର: ଖଳାରେ ଜଳିଗଲା ଅମଳ ହୋଇଥିବା ଧାନ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଖନ୍ତାପଡ଼ାର ମହାରାଜପୁର ବାରିକ ସାହିରେ ନିଆଁ ଲାଗି ଖଳାରେ ରଖା ଯାଇଥିବା ପ୍ରାୟ ୧୨ ଏକରର ଧାନ ପୋଡ଼ି ପାଉଁଶ ହୋଇଯାଇଛି।
ଅଭିଯୋଗ ଅନୁସାରେ, ସୁରେନ୍ଦ୍ର ବାରିକ ନାମକ ଜଣେ ଚାଷୀ ଚଳିତବର୍ଷ ପ୍ରାୟ ୧୨ ଏକର ଜମିରେ ଭାଗଚାଷ କରି ଧାନ ଅମଳପାଇଁ ଖଳାରେ ରଖିଥିଲେ। କିନ୍ତୁ ବିଳମ୍ବିତ ରାତିରେ କୌଣସି କାରଣରୁ ଧାନ ଖଳାରେ ନିଆଁ ଲାଗି ଯାଇଥିଲା।
ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ସେତେବେଳକୁ ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଥିଲା।
from OTV Khabar http://bit.ly/2VgLLZC
ଖଳାରେ ଜଳିଗଲା ଅମଳ ଧାନ Rosalin Rath
Reviewed by SUBHENDU BARAL
on
December 29, 2018
Rating:
No comments: