କୋହଲା ପାଗ ସାଙ୍ଗକୁ ଶୀତରେ ଥରୁଛି ଓଡ଼ିଶା Rosalin Rath

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଦକ୍ଷିଣ ଓଡ଼ିଶା ଉପକୂଳ ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟବ୍ୟାପୀ କୋହଲା ପାଗ ଲାଗି ରହିଛି। ତେଣୁ ଏଥିପାଇଁ ଆଜିଠାରୁ ଶୀତ ଆହୁରି ବଢ଼ିବା ସମ୍ଭାବନା ରହିଛି। ପାରଦ କମିବ ଏବଂ ପ୍ରବଳ ଶୀତ ଅନୁଭୂତ ହେବ।

ଦାରିଙ୍ଗବାଡ଼ିରେ ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ରହିଛି। ସେଠାରେ ପାରଦ ୬ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟରେ ଅଧିକାଂଶ ସହର ତାପମାତ୍ରା ୧୦ ଡିଗ୍ରୀରୁ କମ୍‌ ରହିଛି। ଫୁଲବାଣୀରେ ୭ ଡିଗ୍ରୀ, ଅନୁଗୁଳରେ ୬.୬ ଡିଗ୍ରୀ, କେନ୍ଦୁଝରରେ ୬.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୭ ଡିଗ୍ରୀ, ସମ୍ବଲପୁରରେ ୮.୧ ଡିଗ୍ରୀ, ବାଲେଶ୍ୱରରେ ୮.୫ ଡିଗ୍ରୀ, ବାରିପଦାରେ ୮.୫ ଡିଗ୍ରୀ, ଭୁବନେଶ୍ୱରରେ ୯.୫ ଡିଗ୍ରୀ ଓ କଟକରେ ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ ହୋଇଛି।

ବିଭିନ୍ନ ସ୍ଥାନରେ କୁହୁଡ଼ି ପଡୁଥିବାବେଳେ କିଛି ସ୍ଥାନରେ ତୁଷାର ପାତ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ ଓଡ଼ିଶାର ଆର୍. ଉଦୟଗିରି, ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ପରି କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି। ତେବେ ଡିସେମ୍ବର ୩୧ ଯାଏ ଏଭଳି ଅସହ୍ୟ ଜାଡ଼ ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।



from OTV Khabar http://bit.ly/2Q6hf0x
କୋହଲା ପାଗ ସାଙ୍ଗକୁ ଶୀତରେ ଥରୁଛି ଓଡ଼ିଶା Rosalin Rath କୋହଲା ପାଗ ସାଙ୍ଗକୁ ଶୀତରେ ଥରୁଛି ଓଡ଼ିଶା Rosalin Rath Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.