ଏୟାରପୋର୍ଟରେ ଧରା ପଡ଼ିଲା ୬୬ ଲକ୍ଷ ଟଙ୍କାର ଚୋରା ସୁନା Rosalin Rath

ହାଇଦ୍ରାବାଦ: ହାଇଦ୍ରାବାଦ ଏୟାରପୋର୍ଟରୁ ୬୬ ଲକ୍ଷରୁ ଅଧିକ ଟଙ୍କାର ସ୍ମଗ୍‌ଲିଙ୍ଗ ସୁନା ଜବତ ହୋଇଛି। ଚୋରା ସୁନାକୁ ବହୁତ ଚତୁରତାର ସହ ଲୁଚାଇ ଆଣାଯାଉଥିଲା। ଓଭ‌ନ୍‌ ଟ୍ରାନ୍ସଫର୍‌ମର୍ ଭିତରେ ୪୬ଟି ସିଲଭର୍‌ କୋଟିଂ ଭିତରେ ସ୍ମଗ୍‌ଲିଙ୍ଗ ଗୋଲ୍ଡକୁ  ଅଣାଯାଉଥିଲା। ୪୬ ପିସ୍‌ ସିଲଭର୍‌ କୋଟିଂ ଭିତରେ ଥିବା ସୁନାକୁ କାଢ଼ିବା ପାଇଁ ଏକ୍ସପର୍ଟଙ୍କ ସହାୟତା ନିଆଯାଇଥିଲା।

ପ୍ରଥମେ କେମିକାଲ୍‌ ଜରିଆରେ ଜବତ ସିଲଭର୍‌ କୋଟିଂ ପ୍ଲେଟ୍‌ ତରଳାଇବା ପରେ ତା’ ଭିତରୁ ସୁନା ବାହାରିଥିଲା। ଓମାନ୍‌ ଏୟାର୍‌ ଲାଇନ୍‌ ଦୁବାଇରୁ ଆସିଥିବା ସ୍ମଗ୍‌ଲର୍‌କୁ ହାଇଦ୍ରାବାଦର ଆର୍‌ଜିଆଇଏ ରୋଡ୍ ସାମସାବାଦଠାରେ ଅଟକାଇଥିଲା ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ ବା ଡିଆରଆଇ। ଯାଞ୍ଚ କରିବା ପରେ ସ୍ମଗ୍‌ଲର୍‌ ନିକଟରୁ ଏହି ସୁନା ମିଳିଥିଲା। ପଚରାଉଚରା ବେଳେ ସ୍ମଗ୍‌ଲର୍‌ ଜଣଙ୍କ ସୁନାର ମାଲିକାନା କାଗଜ ପତ୍ର ଦେଖାଇ ପାରିନଥିଲା। ସୂଚନାନୁସାରେ ଏହି ସୁନାକୁ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରି ସ୍ମଗଲର୍‌ ଏହାର ଚୋରା କାରବାର କରିଥାନ୍ତା।

ତେବେ ଏହିଭଳି ଅଭିନବ କୌଶଳ ଅବଲମ୍ବନ କରି ଭୁବନେଶ୍ୱର ଏୟାରପୋର୍ଟରୁ ଗୋଲ୍ଡ ସ୍ମଗ୍‌ଲିଙ୍ଗ କରି ପାରନ୍ତି ସ୍ମଗଲର୍। ତେଣୁ ଏହା ଉପରେ ଭୁବନେଶ୍ୱର ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ କଡ଼ା ନଜର ରଖିଛି।

ଚଳିତ ବର୍ଷ ଭୁବନେଶ୍ୱର ଡିଆରଆଇ ଅଢ଼େଇ କୋଟିରୁ ଅଧିକ ଟଙ୍କାର ଚୋରା ସୁନା ଜବତ କରିଛି। ଏହି ବର୍ଷ  ୮.୫ କେଜି ସୁନା ଜବତ କରାଯାଇଥିବା ବେଳେ ୪ ଜଣ ସ୍ମଗଲର୍‌ଙ୍କୁ ଡିଆରଆଇ ଗିରଫ କରିଛି।

ନୂଆବର୍ଷ ଆସୁଥିବାରୁ ଅଧିକ ସଂଖ୍ୟାରେ ଯାତ୍ରୀ ବିଦେଶରୁ ଆସି ପାରନ୍ତି। ଏପରିକି ବୁଲିବାକୁ ଯାଇ ଦେଶକୁ ଫେରୁଥିବାବେଳେ ସାଥିରେ ଚୋରା ସୁନା ଏୟାରପୋର୍ଟ ବାଟେ ମଧ୍ୟ ଆସିପାରେ। ସେଥିପାଇଁ ଡିଆରଆଇ ଆନ୍ତର୍ଜାତୀୟ ବିମାନ ସମେତ ଦିଲ୍ଲୀର ଫ୍ଲାଇଟ୍‌ ଉପରେ ମଧ୍ୟ ନଜର ରଖିଛି।

 

 



from OTV Khabar http://bit.ly/2VfmoXU
ଏୟାରପୋର୍ଟରେ ଧରା ପଡ଼ିଲା ୬୬ ଲକ୍ଷ ଟଙ୍କାର ଚୋରା ସୁନା Rosalin Rath ଏୟାରପୋର୍ଟରେ ଧରା ପଡ଼ିଲା ୬୬ ଲକ୍ଷ ଟଙ୍କାର ଚୋରା ସୁନା Rosalin Rath Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.