
ନୂଆଦିଲ୍ଲୀ: ମେଘାଳୟ ସାନ୍ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟବେଳେ ଆଜି ୩ଟି ହେଲ୍ମେଟ୍ ମିଳିଛି। ଗତ ୧୩ ତାରିଖରୁ ୧୫ ଜଣ ଶ୍ରମିକ କୋଇଲା ଖଣିରେ ଫସିରହିଛନ୍ତି।
ଗତକାଲିଠାରୁ ଓଡ଼ିଶା ଅଗ୍ନିଶମ ବାହିନୀ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି। ଏନ୍ଡିଆରଏଫ୍ ସହ ମିଳିତ ଭାବେ ଓଡ଼ିଶା ଅଗ୍ନିଶମ ବିଭାଗ ବେସ୍ ତତ୍ପରତା ସହ ଉଦ୍ଧାର କାର୍ଯ୍ୟ କରୁଛି। ଖଣିରୁ ପାଣି କାଢ଼ିବା ଲାଗି ଉଚ୍ଚ କ୍ଷମତା ସଂପନ୍ନ ମୋଟର ପମ୍ପ, ପାଇପ୍ ଓ ଅନ୍ୟାନ୍ୟ ଯନ୍ତ୍ରପାତି ବ୍ୟବହାର କରାଯାଉଛି।
ସେହିପରି ବିଶାଖାପାଟନମ୍ରୁ ୧୫ ଜଣିଆ ସ୍ୱତନ୍ତ୍ର ନେଭି ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛି। ତେବେ ଖଣିର ରାଟ୍ ହୋଲ୍ ଭିତରେ ଶ୍ରମିକମାନେ ଫସି ରହିଛନ୍ତି। ଏନ୍ଡିଆରଏଫ୍ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଶ୍ରମିକମାନେ ପ୍ରାୟ ୨୪୦ ଫୁଟ୍ ତଳେ ରହିଛନ୍ତି। ସେଥିରୁ ପ୍ରାୟ ୭୦ରୁ ୮୦ଫୁଟ୍ ପାଣି ରହିଛି। ତେଣୁ ଉଦ୍ଧାରକାରୀ ଟିମ୍ ପାଇଁ ଏହା ମୁଖ୍ୟ ସମସ୍ୟା ପାଲଟିଛି।
from OTV Khabar http://bit.ly/2ES5CZe
୧୬ ଦିନର ଅପରେସନ୍ ପରେ ମିଳିଲା ୩ଟି ହେଲ୍ମେଟ୍ Rosalin Rath
Reviewed by SUBHENDU BARAL
on
December 29, 2018
Rating:
No comments: