
ଆଉ ରାଜନୀତି କରିବି ନାହିଁ । ସବୁ ପ୍ରମୁଖ ଦଳ ଯଦିଓ ଡାକୁଛନ୍ତି, ହେଲେ ଆଉ ସେଇ ରାଜନୀତି ଭିତରକୁ ଯିବିନି କି ନାମ ନେବିନି । କନକ ନ୍ୟୁଜର କାର୍ଯ୍ୟକ୍ରମ ନ୍ୟୁଜ ମେକର ୨୦୧୮ରେ ସାମିଲ ହୋଇ କିଛି ଏଭଳି ଉକ୍ତି ରଖିଛନ୍ତି ପପୁ ପମପମ । କହିଛନ୍ତି, ମୋ ପାଖରେ ସମ୍ଭାବନା ପ୍ରବଳ ଅଛି, ସେମିତି ଭିଡ ଅଛି । ସମସ୍ତେ କହୁଛନ୍ତି ଆମ ଦଳକୁ ପଳେଇ ଆସ । ହେଲେ କଳାକାର ଟିଏ କଳାକାର ଜାଗାରେ ରହିବାର ଆବଶ୍ୟକତା ରହିଛି । ଆଉ ରାଜନୀତି ଭିତରକୁ ଯିବିନାହିଁ । ୨୦୧୯ ରାଜନୀତିର କୋଳାହଳରେ ପପୁଙ୍କ ଭୂମିକା କଣ ରହିବ ତାର କିଛି ଏଭଳି ସ୍ପଷ୍ଟ ଉତ୍ତର ରଖିଛନ୍ତି ଏହି ହାସ୍ୟ ଅଭିନେତା ।


ବର୍ଷ ୨୦୧୮ରେ କିଛି ନକରି ସେ ନ୍ୟୁଜ ମେକର ବନିଥିବା କହିଛନ୍ତି ପପୁ ପମପମ । ହେଲେ ସେ ଗୋଟିଏ କଥା ଶିଖିଛନ୍ତି, ସ୍ୱାସ୍ଥ୍ୟ ହିଁ ସମ୍ପଦ । ଜାନୁୟାରୀରୁ ସେ ଅନସ୍କ୍ରୀନ ଆସିବେ ବୋଲି ସ୍ପଷ୍ଟ କରିଛନ୍ତି । ଗୋଟିଏ ପରିସ୍ଥିତିରେ ସେ ଚିନ୍ତା କରିଥିଲେ, ଯାହାର ନାଁ ଅଛି, ସିଏ ହିଁ ବଦନାମ ହୁଏ । ବଦନାମ କରାଯିବା ପଛରେ ରାଜନୀତି ବି ଥିଲା । ହେଲେ ସେ ଆଉ ନାମ ନେବାକୁ ଚାହିଁବେନି ।

from Kanak News http://bit.ly/2EQ5XvD http://bit.ly/2EV3rF6

No comments: