
ପୁରୀ : ଶେଷରେ ଖୋଲିଛି ଶ୍ରୀମନ୍ଦିରର ଭିତର କବାଟ। ଦିନ ସାରା ଚରମ ବିଶୃଙ୍ଖଳା ପରେ କିଛି ସମୟ ପୂର୍ବରୁ ବଡଦେଉଳ ଦ୍ୱାର ଫିଟାଯାଇଛି। ଏଥିସହ ଦୀର୍ଘ ୧୨ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ଆରମ୍ଭ ହୋଇଛି।
ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପୁଲିସ-ସେବାୟତ ମଧ୍ୟରେ ବିବାଦ ଯୋଗୁଁ ଆଜି ଭୋର୍ରୁ ଖୋଲି ନ ଥିଲା ବଡ଼ଦେଉଳ ଦ୍ୱାର। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଥିଲେ। ସିଂହଦ୍ୱାର ଆଗରେ ଅପେକ୍ଷା କରି ରହିଥିଲେ ହଜାର ହଜାର ଭକ୍ତ। ଭିତର କବାଟ ନ ଖୋଲିବାରୁ ଉତ୍ତ୍ୟକ୍ତ ହୋଇପଡିଥିଲେ ଭକ୍ତମାନେ। ପରେ ସେମାନେ ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶିଥିଲେ।
ଗତକାଲି ପୁଲିସ-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ ମାଡ଼ରେ ସେବାୟତ ଆହତ ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଦେଖାଦେଇଥିଲା ବିବାଦ।
from OTV Khabar http://bit.ly/2SrGoow
ଖୋଲିଲା ଶ୍ରୀମନ୍ଦିରର ଭିତର କବାଟ : ଆରମ୍ଭ ହେଲା ନୀତିକାନ୍ତି Pradesh Pratyush
Reviewed by SUBHENDU BARAL
on
December 28, 2018
Rating:
No comments: