ଚାଷୀଙ୍କୁ ଘାରିଛି ଅଭାବୀ ଧାନ ବିକ୍ରି ଚିନ୍ତା OTV KHABAR BUREAU

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଧାନ ବିକ୍ରି ଚିନ୍ତା। ଧାନକିଣା ପ୍ରକ୍ରିୟା ଆରମ୍ଭ ହେବାର ୨୦ଦିନ ବିତିଯାଇଥିଲେ ବି ଜିଲ୍ଲାର ଅଧିକାଂଶ ସ୍ଥାନରେ ଧାନ ମଣ୍ଡି ବନ୍ଦ ପଡ଼ିଛି। ଫଳରେ ଖୋଲା ଆକାଶ ତଳେ ଶୀତ କାକରରେ ଧାନକୁ ଜଗି ପଡ଼ିରହିଛନ୍ତି ଚାଷୀ। ବିକ୍ରି ବ୍ୟବସ୍ଥା ନେଇ କୌଣସି ବନ୍ଦୋବସ୍ତ ହେଉନଥିବାବେଳେ ଧାନ ପଡ଼ି ପଡ଼ି ନଷ୍ଟ ହେଉଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଅନ୍ୟପଟେ ଜିଲ୍ଲାରେ ଯେଉଁସବୁ ସ୍ଥାନରେ ମଣ୍ଡି ଖୋଲାଯାଇନି, ସେମାନଙ୍କୁ ନୋଟିସ୍ ଜାରି କରାଯିବା ସହ ଦୁଇଦିନ ଭିତରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ ବୋଲି ଏଆରସିଏସ୍ ସ୍ୱାତୀମାଳା ମହାପାତ୍ର କହିଛନ୍ତି।

ଯାଜପୁର ଜିଲ୍ଲାରେ ବି ଦେଖାଦେଇଛି ସମାନ ସମସ୍ୟା। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ୫ଲକ୍ଷ ୨୦ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅନେକ ସ୍ଥାନରେ ମଣ୍ଡି ଖୋଲାଯାଇ ନଥିବାରୁ ଚାଷୀ ଅସନ୍ତୋଷ ଦେଖାଦେଇଛି। ଫଳରେ ଚାଷୀ ହତାଶ ହୋଇ ବାହାର ବେପାରୀଙ୍କୁ ଧାନ ବିକି ଦେଉଛନ୍ତି।

ଅନ୍ୟପଟେ ମିଲରମାନେ କିନ୍ତୁ ନିୟମିତ ଆସି ଧାନ କ୍ରୟ କରୁଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହି ଘଟଣା ପ୍ରତି ଧ୍ୟାନ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।



from OTV Khabar http://bit.ly/2SnMDK4
ଚାଷୀଙ୍କୁ ଘାରିଛି ଅଭାବୀ ଧାନ ବିକ୍ରି ଚିନ୍ତା OTV KHABAR BUREAU ଚାଷୀଙ୍କୁ ଘାରିଛି ଅଭାବୀ ଧାନ ବିକ୍ରି ଚିନ୍ତା OTV KHABAR BUREAU Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.