
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ‘ଇନ୍କାଲ୍ ୨୦୧୯’ ନାମରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ହେବ ସପ୍ତମ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ। ଏଥିରେ୨୦ରୁ ଅଧିକ ଦେଶର ୭୦୦ ପ୍ରତିନିଧି ସାମିଲ୍ ହେବେ ।
ସମ୍ମିଳନୀରେ ବିଶ୍ୱର ଅଗ୍ରଣୀ ଆଲୁମିନିୟମ୍ ଉଦ୍ୟୋଗୀ କାନାଡାର ଆଲକନ, ଆମେରିକାର ଆଲକୋଆ ରୁଷିଆର ରୁସାଲ ଭଳି କମ୍ପାନୀ ଅଂଶଗ୍ରହଣ କରିବେ। ଆଲୁମିନିୟମ୍ କ୍ଷେତ୍ରରେ ନୂତନ ଚିନ୍ତାଧାରାର ଆଦାନ ପ୍ରଦାନ ସହିତ ୨୦୩୦ ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ ହେବ।
ଓଡ଼ିଶାକୁ ଦେଶର ଆଲୁମିନିୟମ୍ କ୍ୟାପିଟାଲ୍ ଭାବରେ ସମ୍ମିଳନୀରେ ପ୍ରତିପାଦିତ କରାଯିବ। ୩ଦିନିଆ ସମ୍ମିଳନୀରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି। ନାଲ୍କୋ, ହିଣ୍ଡାଲ୍କୋ ଓ ବେଦାନ୍ତ ଭଳି ପ୍ରମୁଖ ଆଲୁମିନିୟମ୍ କମ୍ପାନୀ ଏହି ସମ୍ମିଳନୀ ଆୟୋଜନର ଦାୟିତ୍ୱ ନେଇଛନ୍ତି।
from OTV Khabar http://bit.ly/2VjTPsH
ଜାନୁଆରୀ ୩୧ରୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ OTV KHABAR BUREAU
Reviewed by SUBHENDU BARAL
on
December 29, 2018
Rating:
No comments: