୮ ବର୍ଷ ହେଲା ବନ୍ଦୀଜୀବନ କାଟୁଛି ବାପଛେଉଣ୍ଡ ୮ ବର୍ଷର ବଳରାମ୍, ବଞ୍ଚିବାକୁ ରାହା ଖୋଜୁଛି ଏହି କୁନି ପୁଅ । Kanak News

କନକ ବ୍ୟୁରୋ : ଖେଳିବା ବୁଲିବା ବୟସରେ ବନ୍ଧାପଡିଛି ଜୀବନ । ମାନସିକ ବିକାରଗ୍ରସ୍ତ ଓ ଅର୍ଥାଭାବ ଯୋଗୁଁ ୮ବର୍ଷ ଧରି ବନ୍ଧା ପଡିଛି ବାପେଉଛଣ୍ଡ ବଳରାମ । ବଂଚିବାକୁ ରାହା ଖୋଜୁଛି ଏହି କୁନି ପିଲା । ଏପଟେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବଳରାମଙ୍କ ମା । ଏହି ଘଟଣା ହେଉଛି ଭଦ୍ରକ ଧାମନଗରର ଖଡିପଡା କୋରକୋଦା ଗାଁର ।
ବନ୍ଧାପଡିଛି ଜୀବନ । ଖେଳିବା ବୁଲିବା ବୟସରେ ଗୋଟିଏ ଜାଗାରେ ବନ୍ଧା ହୋଇଛି ୮ବର୍ଷୀୟ ବଳରାମ । ବର୍ଷେ କି ଦୁଇ ବର୍ଷ ନୁହେଁ ୮ବର୍ଷ ହେଲା ଏପରି ଭାବରେ ବନ୍ଦୀ ଜୀବନ କାଟୁଛି ବାପେଉଛଣ୍ଡ ବଳରାମ । ଭଦ୍ରକ ଜିଲ୍ଲା ଖଡିପଡା କୋରକଦା ଗାଁର ନବକିଶୋର ସେଠୀ ଓ ବାସନ୍ତୀଙ୍କ ଦୁଇ ଝିଅ ଓ ପୁଅକୁ ନେଇ ସଂସାର । କିନ୍ତୁ ୪ବର୍ଷ ପୂର୍ବେ କର୍କଟ ରୋଗରେ ନବଙ୍କ ମୃତ୍ୟୁ ହେବା ପରେ ୪ପ୍ରାଣୀ କୁଟୁମ୍ବ ଚଳାଇବା ବାସନ୍ତୀଙ୍କ ପାଇଁ କଷ୍ଟକର ହୋଇପଡିଛି ।

ସରକାର ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେପଟେ ବଳରାମର ଚିକିତ୍ସା ପାଇଁ ବାସନ୍ତୀ ବାରମ୍ବାର ପ୍ରଶାସନ ନିକଟକୁ ଯାଇ ମଧ୍ୟ ନିରାଶ ହୋଇ ଫେରିଛନ୍ତି । ବଳରାମଙ୍କ ବିଷୟରେ ଅବଗତ କରାଯିବା ପରେ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ସିଡିଏମଓ କହିଛନ୍ତି । ବଳରାମଙ୍କ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ମିଳିଲେ ବଳରାମ ପୁଣି ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ ଖେଳିବା ସହ ବାସନ୍ତିଙ୍କ ସାହା ଭରସା ହୋଇପାରିବ ।
from Kanak News http://bit.ly/2CCADPb http://bit.ly/2QRt3cp
No comments: