ଶ୍ରୀମନ୍ଦିର ବନ୍ଦ ରହିବା ପ୍ରସଂଗ: ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଦାମ ରାଉତ, ସମଗ୍ର ରାଜ୍ୟରେ ପ୍ରତିକ୍ରୀୟା

ଭୁବନେଶ୍ବର୨୮|୧୨: ଆଜି ଶ୍ରୀମନ୍ଦିରରେ ଘଟିଥିବା ଅଭାବନୀୟ ପରିସ୍ଥିତି ପାଇଁ ସମଗ୍ର ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।ପୂର୍ବତନମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସରକାରଙ୍କୁ ଏ ନେଇ ସମାଲୋଚନା କରିବା ସହ ବିବାଗୀୟମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛନ୍ତି ।ସେ କହିଛନ୍ତି ଯେ, ଶ୍ରୀମନ୍ଦିରର ଯେକୌଣସି ସମସ୍ୟା ପାଇଁ ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ଭୂମିକା ଓ କର୍ତ୍ତବ୍ୟ ରହିଛି । ଏକଥା ଶାସ୍ତ୍ର ପୁରାଣରେ ଅଛି ।ଅଚଳାବସ୍ଥା ବେଳେ ମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ଏମାନଙ୍କ ସହ କାହିଁକି ଆଲୋଚନା କରୁନାହିଁ  ବୋଲି ଦାମ ପ୍ରଶ୍ନ କରିବା ସହ ସରକାର ନିଜେ ନିଜେ ସବୁ ନିଷ୍ପତ୍ତି ନେବାହିଁ ବିଭ୍ରାଟର ମୁଖ୍ୟ କାରଣ ବୋଲି କହିଛନ୍ତି ।

ଏପଟେ ସାରା ରାଜ୍ୟରେ ହଇଚଇ ପଡ଼ିଛି। ଉତ୍କଳର ତ୍ରାଣକର୍ତ୍ତା ପ୍ରଭୁ ଶ୍ରୀଜଗନ୍ନାଥ ୧୨ ଘଣ୍ଟା ଓପାସରେ ବସିଲେ । ଆଉ ବାହାରେ ଭକ୍ତ ଡହଳ ବିକଳ ।  ସାତଶ ପଚାଶ କୋଶ ଦୂରରୁ ଚକାନୟନର ଦର୍ଶନ ପାଇଁ ଆସିଥିବା ଭକ୍ତ ବାହାରେ ଅଟକିଛି। ଆଉ ଜନ୍ମସିଦ୍ଧ ଅଧିକାର ନାଁରେ ଚାଲିଥିଲା ମନମାନି। ଏସପି ସାର୍ଥକ ଷଡଂଗୀ ଅସହାୟ ହୋଇ କହିଲେ ଭକ୍ତମାନେ ସମୁଦ୍ର ଆଡେ ବୁଲାବୁଲି କରି ଆସନ୍ତୁ । କାରଣ ସେବାୟତଙ୍କ ଏହା ହେଉଛି ଜନ୍ମସିଦ୍ଧ ଅଧିକାର ।

ବହୁତ ହେଇଗଲା ଡେମୋକ୍ରାସିର ଡ୍ରାମା। ଜନ୍ମସିଦ୍ଧ ଅଧିକାର ନାଁରେ ମନମାନିର ସୀମା ଲଂଘନ। ଆମର କିଛି କରିବାର ନାହିଁ କହି ପ୍ରଶାସନ ତାର  ଅସହାୟତା ପ୍ରକାଶ କରୁଛି । ପୋଲିସ ଓ ସେବାୟତଙ୍କ ମଧ୍ୟରେ ଝଗଡା ହେବ ଆଉ ଏଥିପାଇଁ ମନ୍ଦିରରେ ତାଲା ପଡ଼ିବ। ଠାକୁରଙ୍କ ନୀତିକାନ୍ତି ବନ୍ଦ ହେବ।ଓକିଲ-ପାଲିସ ଗଣ୍ଡେଗାଳ ହେବ ମାସ ମାସ ଧରି ହାଇେକାର୍ଟ ରେ ତାଲା ପଡ଼ିବ । ଏହାକୁ କେମିତି ଗ୍ରହଣ କରାଯାଇପାରିବ ?

 ଯେଉଁ ଜଗନ୍ନାଥଙ୍କ ନାଁରେ ସାରା ଉତ୍କଳ ବିଶ୍ବରେ ପରିଚୟ ପାଉଛି ସେହି ଜଗନ୍ନାଥଙ୍କ ନୀତିକାନ୍ତି ଭୋଗ ସବୁକିଛି ବନ୍ଦ କରିଦେବେ। କଣ ଏହା ମନମାନିର ଚରମସୀମା ନୁହେଁ କି ? କଣ ଗଣତାନ୍ତ୍ରିକ ଅଧିକାର ନାଁରେ କିଛି ବ୍ୟକ୍ତି। କିଛି ବାବୁ। କିଛି ନେତା ଏସବୁର ଫାଇଦା ଉଠାଉନାହାନ୍ତି କି। ଏମାନଙ୍କୁ ଆମେ କଣ କହିବା। ଏମାନେ ଲୁଣ୍ଠନକାରୀଙ୍କଠାରୁ କୌଣସିଗୁଣରେ କମ ନୁହନ୍ତି।ଏମାନଙ୍କୁ କଳାପାହାଡ଼ କହିଲେ ବି ଅତ୍ୟୁକ୍ତି ହେବନି।

କାହିଁକି ନିଜ ଅହଂକାରକୁ ବଡ଼ କରି ଦିଅଁଙ୍କ ବଡ଼ିମାକୁ ଛୋଟ କରିଦିଆଗଲା। ଏଥିପାଇଁ କଣ ସେବାୟତମାନେ ଦାୟୀ ନୁହନ୍ତି କି। ଏଥିପାଇଁ ପୋଲିସ କର୍ମଚାରୀ ଦାୟୀ ନୁହନ୍ତି କି। ଏଥିପାଇଁ ଖୋଦ୍‌ ଏସପି ଦାୟୀ ନୁହନ୍ତି କି। ଶୁଣନ୍ତୁ ଯେତେବେଳେ ଭକ୍ତ ମନ୍ଦିର ଦ୍ବାର ଖୋଲିବା ଲାଗି ବ୍ୟାକୁଳ ହେଉଛନ୍ତି ସେତେବେଳେ ଏସପି କହୁଛନ୍ତି ସମୁଦ୍ର କୂଳରୁ ବୁଲିଆସନ୍ତୁ।

ଏହାଠାରୁ ଦାୟିତ୍ବହୀନତା କଣ ହୋଇପାରେ। ବେଳଗଡ଼ି ସଞ୍ଜ ହେଲା। ମନ୍ଦିରର ନୀତି ପ୍ରଶାସକ ଦେଖାଦେଲେନି। ମୁଖ୍ୟ ପ୍ରଶାସକ ଦେଖାଦେଲେନି। ମନ୍ଦିର କବାଟ କିଳି ଦେଇ ସେବାୟତମାନେ ବି ଆଉ ମୁହଁ ଦେଖାଇଲେନି। କଣ ଏମାନେ ସମସ୍ତଙ୍କୁ ଦାୟିତ୍ବରୁ ମୁକ୍ତି ଦିଆଯିବା ଉଚିତ୍‌ ନୁହେଁକି। ସାରା ଓଡ଼ିଶାରେ ଏବେ ଏଭଳି ଉଦ୍‌ବେଗ ପ୍ରକାଶ ପାଇଛି।  ଏମାନେ ନିଜ ଦାୟିତ୍ବ ତୁଲାଇବାକୁ ଅସମର୍ଥ ଏହା ଏହି ଘଟଣା ସ୍ପଷ୍ଟ କରୁଛି ବୋଲି କହିଛନ୍ତି।

ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ଗଜପତିଙ୍କୁ ବିଶ୍ବାସ କରନ୍ତି ଓଡ଼ିଆ। କାଦୁଅକୁ କାହିଁକି ଗୋଡ଼ ଦେବେ ଏମିତି ନୀତିରେ ଗଜପତି ବି ଦୂରେଇ ରହିଲେ। ନିଜର ଅସହାୟତା ପ୍ରକାଶ କଲେ। ଆଉ ସେପଟେ ରାଜ୍ୟ ସରକାର ତାଙ୍କର କିଛି ଯାଏ ଆସେ ନାହିଁ ମୁଦ୍ରାରେ।



from News7 http://bit.ly/2GImLXL
ଶ୍ରୀମନ୍ଦିର ବନ୍ଦ ରହିବା ପ୍ରସଂଗ: ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଦାମ ରାଉତ, ସମଗ୍ର ରାଜ୍ୟରେ ପ୍ରତିକ୍ରୀୟା ଶ୍ରୀମନ୍ଦିର ବନ୍ଦ ରହିବା ପ୍ରସଂଗ: ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଦାମ ରାଉତ, ସମଗ୍ର ରାଜ୍ୟରେ ପ୍ରତିକ୍ରୀୟା Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.