
ରିଲାଏନ୍ସ ଜିଓ ଇନଫୋକମ ନୂଆ ବର୍ଷ ତଥା ଜାନୁଆରୀ ୧ ତାରିଖରୁ ଭାରତୀୟ ରେଳ ମନ୍ତ୍ରାଳୟକୁ ସେବା ପ୍ରଦାନ କରିବ । ତେବେ ଏହାଦ୍ୱାରା ରେଳ ବିଭାଗରେ ଫୋନ ବିଲରେ ବହୁ ମାତ୍ରାରେ ହ୍ରାସତା ଆସିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଏଯାବତ୍ ରେଳମନ୍ତ୍ରାଳୟର ଦୂର ସଂଚାର ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ ରହିଆସିଛି । ଗତ ୬ ବର୍ଷରୁ ଏୟାରଟେଲ ରେଲୱେକୁ ୧.୯୫ ଲକ୍ଷ ମୋବାଇଲ ଫୋନ କନେକ୍ସନ ଉପଲବ୍ଧି କରାଉଛି , ଯାହାର ବ୍ୟବହାର ରେଳ କର୍ମଚାରୀମାନଙ୍କ ଦ୍ୱାରା ସାରା ଦେଶରେ କ୍ଲୋଜଡ ୟୁଜର ଗ୍ରୁପ (ସିୟୁଜି) ଭାବରେ କରାଯାଉଛି । କୁହାଯାଉଛି କି, ଏଥିପାଇଁ ରେଳ ମନ୍ତ୍ରାଳୟକୁ ଭାରତୀ ଏୟାରଟେଲକୁ ବାର୍ଷିକ ୧୦୦ କୋଟି ଟଙ୍କାର ବିଲ ପରିଶୋଧ କରିବାକୁ ପଡୁଛି । ତେବେ ଭାରତୀ ଏୟାରଟେଲର ବୈଧତା ଚଳିତ ବର୍ଷ ୩୧ ଡିସେମ୍ବରକୁ ଶେଷ ହେଉଛି ।
ରେଳ ମନ୍ତ୍ରାଳୟ ବୋର୍ଡ ତରଫରୁ ନିକଟରେ ଜାରି କରାଯାଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି କି, ସେମାନେ ରେଲଟେଲକୁ ଭାରତୀୟ ରେଲ ପାଇଁ ସିୟୁଜି ଯେଜାନାକୁ ଚୂଡାନ୍ତ ରୂପ ଦେବାର ଦାୟିତ୍ୱ ଦେଉଛୁ । କାହିକିଁ ନା ବର୍ତ୍ତମାନ ଯୋଜନାର ବୈଧତା ୩୧ ଡିସେମ୍ବର, ୨୦୧୮କୁ ସମାପ୍ତ ହେଉଛି । ତେବେ ରେଲଟେଲରେ ନୂଆ ସିୟୁଜି ଯୋଜନାକୁ ରିଲାଏନ୍ସ ଜିଓ ଇନଫୋକମକୁ ହସ୍ତାନ୍ତର କରିଛି ।
ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି କି, ୧ ଜାନୁଆରୀ ୨୦୧୯ରୁ ଲାଗୁ ହେବ । ଏହି ନିର୍ଦ୍ଦେଶରେ କଂପାନୀ ଦ୍ୱାରା ନିଆଯାଇଥିବା ଦରଦାମର ବି ହିସାବ ନିକାଶ ରହିଛି । ସିୟୁଜି ମୋବାଇଲ ଅପରେଟରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସପ୍ଲିମେଂଟାରୀ ସେବା ରହିଛି । ଏଥିରେ ଗ୍ରାହକ ସମୂହରେ ସାମିଲ କୌଣସି ବି ବ୍ୟକ୍ତିଙ୍କୁ ମାଗଣାରେ କଲ କରିପାରିବେ । ଏହି ସେବା ଏସଏମଏସ ଉପରେ ବି ଲାଗୁ ହୋଇଛି । ଏହି ଯୋଜନା ଅନୁସାରେ, ରିଲାଏନ୍ସ ଜିଓ ଉଭୟ ୪ଜି-୩ଜି କନେକ୍ସନ ଉପଲବ୍ଧି କରାଇବ । ଏଥିରେ କଲ ମାଗଣା ରହିବ ।
ଚାରୋଟି ପ୍ୟାକେଜ ହେବ ଉପଲବ୍ଧ
କଂପାନୀ ରେଲମନ୍ତ୍ରାଳକୁ ଚାରୋଟି ପ୍ୟାକେଜ ଉପଲବ୍ଧ କରାଇବ । ରେଳ ମନ୍ତ୍ରାଳୟର ସବୁଠାରୁ ବରିଷ୍ଠ ଅଧିକାରୀମାନଙ୍କୁ, ୧୨୫ ଟଙ୍କାରେ ମାସିକ ଶୁଳ୍କ ବାଲା ୬୦ ଜିବିର ପ୍ଲାନ ଉପଲବ୍ଧ କରାଯିବ । ସେହିପରି ଯୁଗ୍ମ ସଚିବ ସ୍ତରର ସମସ୍ତ ଅଧିକାରୀଙ୍କୁ ୯୯ ଟଙ୍କିଆ ମାସିକ ଶୁଳ୍କ ବାଲା ୪୫ ଜିବିର ପ୍ଲାନ, ସାଧାରଣ କର୍ମଚାରୀଙ୍କୁ ୬୭ ଟଙ୍କିଆ ଶୁଳ୍କ ବିଶିଷ୍ଟ ୩୦ ଜିବିର ପ୍ଲାନ ଏବଂ ଏସଏମଏସ ପାଇଁ ୪୯ ଟିଆ ପ୍ଲାନ ଉପଲବ୍ଧ କରାଯିବ । ତେବେ ନିୟମିତ ଗ୍ରାହକଙ୍କ ପାଇଁ ଜିଓର ୨୫ ଜିବିର ପ୍ଲାନ ୧୯୯ ଟଙ୍କାରେ ଉପଲବ୍ଧ । ଏହାପରେ ଗ୍ରାହକଙ୍କୁ ନିଜ ପ୍ଲାନର ଟପଅପ ପାଇଁ ୨୦ ଟଙ୍କା ପ୍ରତି ଜିବି ଲାଗି ପେମେଂଟ କରିବାକୁ ପଡିଥାଏ ।
from Kanak News http://bit.ly/2SrfLA3 http://bit.ly/2AjIm3c
No comments: