ଆଇନ ଅଧିନରେ କିନ୍ନରଙ୍କୁ ବି ମିଳିବ ଯୌନ ନିର୍ଯ୍ୟାତନାରୁ ସୁରକ୍ଷା : ରୁଜୁ କରିପାରିବେ ଯୌନ ଶୋଷଣ ଓ ଦୁଷ୍କର୍ମର ମାମଲା Kanak News

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ କିନ୍ନରମାନେ ମଧ୍ୟ ଯୌନ ଶୋଷଣ ଓ ଦୁଷ୍କର୍ମର ମାମଲା ରୁଜୁ କରାଇପାରିବେ। ପୁଲିସ ପକ୍ଷରୁ କୁହାଯାଇଥିଲା ଯେ, ଅପରାଧିକ ଆଇନ ଅନୁଯାୟୀ କିନ୍ନରମାନେ ଯୌନ ଉତ୍ପୀଡନର ଅଭିଯୋଗ ଆଣିପାରିବେ।
ଜଷ୍ଟିସ ସିଦ୍ଧାର୍ଥ ମୃଦୁଲ ଓ ସଙ୍ଗୀତା ଧିଙ୍ଗରା ସହଗଲଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଦିଲ୍ଲୀ ପୁଲିସ କମିଶନର ନିଜର ପକ୍ଷ ରଖିଥିଲେ। ସେ ଦର୍ଶାଇଥିଲେ ଯେ ଆଇପିସିର ଧାରା ୩୫୪(କ) ଅନୁଯାୟୀ କିନ୍ନରମାନେ ଯୌନ ଉତ୍ପୀଡନର ମାମଲା ରୁଜୁ କରାଯାଇପାରିବେ। ଅଭିଯୁକ୍ତଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। କିନ୍ନରମାନେ ଦୁଷ୍କର୍ମ ବା ଯୌନ ଶୋଷଣ ଅଭିଯୋଗ ଆଣିପାରିବେ କି ନା ବୋଲି ଜାଣିବାକୁ ଚାହିଁଥିଲେ।
ଜଣେ କିନ୍ନର ନ୍ୟାୟାଳୟରେ ମାମଲା ଦାଏର କରି ଅଭିଯୋଗ ଆଣିଥିଲେ କି, ତାଙ୍କର ଯୌନ ଉତ୍ପୀଡନର ଏତଲା ଗ୍ରହଣ କରୁ ନାହିଁ। ଏହି ମାମଲାର ବିଚାର କରି ନ୍ୟାୟାଳୟ ଏଭଳି ନିର୍ଦ୍ଦେଶନାମା ଜାରି କରିଥିବା ଜଣାଯାଇଛି।
from Kanak News http://bit.ly/2SrfNIb http://bit.ly/2AjIn7g


No comments: