ପୁଣି ପୁରୀରୁ ଆସିଲା ସାଂଘାତିକ୍ ଅଭିଯୋଗ: ଠାକୁର ଦର୍ଶନ ପାଇଁ ଆସିଥିବା ଜଣେ ନାବାଳିକାକୁ ପୁଲିସ୍ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ Kanak News

କନକ ବ୍ୟୁରୋ: ପୁଲିସ୍-ସେବାୟତ ବିବାଦକୁ ୨ ଦିନ ବି ଯାଇନି, ପୁରୀ ଶ୍ରୀମନ୍ଦିରରୁ ଆସିଛି ଅସଦାଚରଣ ଅଭିଯୋଗ । ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ଯାଜପୁର ଜିଲ୍ଲାର ଜଣେ ୧୫ ବର୍ଷିୟ ନାବାଳିକାଙ୍କୁ ପୁଲିସ୍ ଅସଦାଚାରଣ କରିଥିବା ନେଇ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, ଶ୍ରୀମନ୍ଦିର ବାହାରକାଠ ନିକଟରେ ପୁଲିସ କର୍ମଚାରୀ ନାବାଳିକାକୁ ଅସଦାଚରଣ କରିଥିଲେ । କିନ୍ତୁ ନାବାଳିକା ଜଣକ ମଧ୍ୟ ପୁଲିସ ବାବୁଙ୍କୁ ଛାଡିନଥିଲେ । ତାଙ୍କୁ ସେଠାରେ ମାଡ ମାରିଥିବା କହିଛନ୍ତି । ଏହା ପରେ ନାବାଳିକା ଜଣକ କାନ୍ଦି କାନ୍ଦି ସିଂହଦ୍ୱାର ଥାନାରେ ପରିବାର ଲୋକ ସହ ଏନେଇ ଅଭିଯୋଗ କରିବା ସହ ଏତଲା ଦେଇଛନ୍ତି ।
ଏପଟେ ଘଟଣା ସଂପର୍କରେ ଏସପି କହିଛନ୍ତି-ସିସିଟିଭ କ୍ୟାମେରା ଯାଂଚ କରାଯାଇ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
from Kanak News http://bit.ly/2Vhav3Z http://bit.ly/2Qc28mB
ପୁଣି ପୁରୀରୁ ଆସିଲା ସାଂଘାତିକ୍ ଅଭିଯୋଗ: ଠାକୁର ଦର୍ଶନ ପାଇଁ ଆସିଥିବା ଜଣେ ନାବାଳିକାକୁ ପୁଲିସ୍ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ Kanak News
Reviewed by SUBHENDU BARAL
on
December 29, 2018
Rating:


No comments: