ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିତିଥିବା ଦୁଇଜଣ ନ୍ୟୁଜମେକର । ନିଜ କାମ ଆଉ କଥା ବଳରେ ଯିଏ ହୋଇଥିଲେ ଚର୍ଚ୍ଚିତ । Kanak News

ସାମାଜିକ କ୍ଷେତ୍ରରେ ଦୁଇ ଜଣଙ୍କୁ ନେଇ ବେଶ ଅଧିକ ଚର୍ଚ୍ଚା ହୋଇଥିଲା । ଯାହାଙ୍କ କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଆଉ ଯାହାଙ୍କ ଭାଷଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘଂଟାଏରୁ ଅଧିକ ସମୟ ଧରି ଷ୍ଟେଜ ଉପରେ ବାନ୍ଧି ରଖିଥିଲା । ଚା ବିକି ଉପାର୍ଜନ କରୁଥିବା ଅର୍ଥରେ ବସ୍ତି ପିଲାଙ୍କୁ ପାଠ ପଢାଉଥିବା ଡି. ପ୍ରକାଶ ରାଓ ଏବଂ ମହିଳା ସଶକ୍ତୀକରଣର ବାର୍ତ୍ତା ବହନ କରୁଥିବା ଜୟନ୍ତୀ ଏକ୍କା ସାମାଜିକ କ୍ଷେତ୍ରରେ ବନିଥିଲେ ଚର୍ଚ୍ଚିତ ଚେହେରା ଆଉ ନ୍ୟୁଜ ମେକର ।


ଆଗାମୀ ଦିନରେ ସେ ଆଉ ତାଙ୍କ ସହଯୋଗୀ ବିମାନରେ ଉଡିବାର ସ୍ୱପ୍ନ ଦେଖୁଥିବା କହିଛନ୍ତି ଜୟନ୍ତୀ ଏକ୍କା । ଏପରିକି ସୁନ୍ଦରଗଡରୁ ଭୁବନେଶ୍ୱର ଏକ ବସ ଚଲାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ରାଜନୀତିର ପ୍ରଶ୍ନ ଉପରେ ବେଶ ମାପିଚୁପି ବୟାନ ରଖିଥିଲେ ଜୟନ୍ତୀ ଏକ୍କା । ତେବେ ଡରିବା ବଦଳରେ କାମ କରି ଚାଲିବାକୁ ସେ ସମସ୍ତଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ ।
from Kanak News http://bit.ly/2VjWhiu http://bit.ly/2Qc2b1L

No comments: