
ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ସମୟରେ ପୋଲିଂ ବୁଥ୍ଗୁଡ଼ିକରେ ତମାଖୁ ସେବନକୁ ନିଷେଧ କରିଛନ୍ତି ଭାରତୀୟ ନିର୍ବାଚନ କମିସନ୍। ପ୍ରଥମ ଥର ଲାଗି ନିର୍ବାଚନ କମିସନଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ମତଦାନ ସମୟରେ ସବୁ ପ୍ରକାରର ତମାଖୁ ସେବନ ନିଷେଧ ଲାଗି ସର୍ବଭାରତୀୟ ଆଇନ ଅଣାଯିବ ବୋଲି କମିସନଙ୍କ ପକ୍ଷରୁ ପ୍ରକାଶ।
ଏହି ମର୍ମରେ ନିର୍ବାଚନ କମିସନ୍ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାର ମାଜିଷ୍ଟ୍ରେଟମାନଙ୍କୁ ଚିଠି ଲେଖି ବୁଥ୍ରେ ଧୂମପାନ ଓ ତମାଖୁ ସେବନ ନିଷେଧ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନଙ୍କ ନୂଆ ଗାଇଡଲାଇନ୍ ଅନୁସାରେ,ଦେଶର ସମସ୍ତ ପୋଲିଂ ବୁଥ ତମାଖୁ ମୁକ୍ତ ଘୋଷଣା କରାଯିବ। ବିଡି, ସିଗାରେଟ,ଗୁଟଖା,ସୁଗନ୍ଧିତ ତମାଖୁର ସେବନ ନିଷେଧ କରାଯିବ।
ସୂଚନା ଅନୁସାରେ, ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କମିସନଙ୍କୁ ଭେଟି ପୋଲିଂ ବୁଥ୍ ଗୁଡ଼ିକୁ ତମାଖୁ ସେବକ ମୁକ୍ତ ଓ ଧୂମପାନ ମୁକ୍ତ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲା। ଏହାକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିସନ୍। ପ୍ରତି ବୁଥରେ ସଚେତନତା ଲାଗି ବ୍ୟାନର ଳଗାଯିବ ବୋଲି କମିସନ କହିଛନ୍ତି।
from Kanak News http://bit.ly/2AhKwR3 http://bit.ly/2SogSR4


No comments: