ବେଗୁନିଆ ଜଂଗଲରୁ ମିଳିଲା ପୁଳାପୁଳା ସୁନା ଓ ରୂପା ଅଳଂକାର, ବୋମାମାଡ କରି ଖସିଗଲେ ନିହତ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକ ଗ୍ୟାଙ୍ଗ୍‌ର ସଦସ୍ୟ

ଭଂଜନଗର ୨୭|୧୨: ଜଙ୍ଗଲରୁ ମିଳିଲା ଅଳଙ୍କାର । ଯେଉଁଥିରେ ରହିଛି ସୁନା ଓ ରୁପା । ଏହ ସହ କିଛି ଅଫୁଟା ବୋମା ବି ମିଳିଛି । ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ପୋଲିସର ମିଳିତ ଚଢାଉ ବେଳେ ଏହି ସାମଗ୍ରୀ ଉଦ୍ଧାର ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ପୋଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ଅପରାଧୀ ବାବୁ ନାୟକର ସହଯୋଗୀକୁ ଧରି ପଚରା ଉଚରା ବେଳେ ସେ ଏହି ତଥ୍ୟ ପୋଲିସକୁ ଦେଇଥିଲା ।….

ଜଙ୍ଗଲରୁ ମିଳିଲା ପୁଳା ପୁଳା ସୁନା ରୂପା ଅଳଙ୍କାର । ଗଞ୍ଜାମ ଜଗନ୍ନାଥପ୍ରସାଦ ବେଗୁନିଆ ଜଙ୍ଗଲରେ ଚଢାଉ ବେଳେ ଧରାପଡିଛି ଏହି ଅଳଙ୍କାର । ଯେଉଁଥିରେ ରହିଛି ୩୭୭ ଗ୍ରାମ୍ ସୁନା, ୬ କେଜି ୭୦୦ ଗ୍ରାମ୍ ରୂପା ଅଳଙ୍କାର । ଏହାସହ କିଛି ଅଫୁଟା ବୋମା, ବୋମା ତିଆରି ସରଞ୍ଜାମ ଜବତ ହୋଇଛି । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକ ନିହତ ହୋଇଥିବା ବେଳେ ତାର ସହଯୋଗୀ ତପନକୁ ଗିରଫ କରିଥିଲା ପୋଲିସ । ତାକୁ ପଚରା ଉଚରା ବେଳେ ଅନ୍ୟ ଅପରାଧୀ ଶଙ୍କର ନାଏକ ଓ ତାର ସହଯୋଗୀ ବେଗୁନିଆ ଜଙ୍ଗଲରେ ଲୁଚିଥିବା କହିଥିଲା ତପନ । ଭଞ୍ଜନଗର ଓ ଜଗନ୍ନାଥ ପୋଲିସ ଡିଭିଏଫ୍ ଟିମ୍‌ ସହ ସେହି ଜଙ୍ଗଲରେ ଚଢାଉ କରିଥିଲା । ପୋଲିସକୁ ଦେଖି ଅପରାଧୀମାନେ ବୋମା ମାଡ କରିବା ସହ ଗୁଳି ଚଳାଇ ଘଞ୍ଚ ଜଙ୍ଗଲକୁ ପଳାଇଥିଲେ । ପୋଲିସ ସେମାନଙ୍କ ୨ଟି ଆଡ୍ଡାରୁ ଏହି ସବୁ ଜିନିଷ ଜବତ କରିଛି ।

ପୋଲିସ ଫେରାର ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ତେବେ ଏହି ଅପରାଧୀମାନଙ୍କ ଆଡ୍ଡାରୁ ଏତେ ପରିମାଣର ସୁନା ଅଳଙ୍କାର ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁନା ରୂପା ଅଳଙ୍କାର ଗୁଡିକ ନୂଆ ଦେଖାଯାଉଥିବାରୁ ଏହା କୌଣସି ଗହଣା ଦୋକାନରୁ ଲୁଟ୍‌ ହୋଇଥିବା ଅନୁମାନ କରୁଯାଉଛି।



from News7 http://bit.ly/2ESduKX
ବେଗୁନିଆ ଜଂଗଲରୁ ମିଳିଲା ପୁଳାପୁଳା ସୁନା ଓ ରୂପା ଅଳଂକାର, ବୋମାମାଡ କରି ଖସିଗଲେ ନିହତ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକ ଗ୍ୟାଙ୍ଗ୍‌ର ସଦସ୍ୟ ବେଗୁନିଆ ଜଂଗଲରୁ ମିଳିଲା ପୁଳାପୁଳା ସୁନା ଓ ରୂପା ଅଳଂକାର, ବୋମାମାଡ କରି ଖସିଗଲେ ନିହତ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକ ଗ୍ୟାଙ୍ଗ୍‌ର ସଦସ୍ୟ Reviewed by SUBHENDU BARAL on December 27, 2018 Rating: 5

No comments:

Powered by Blogger.