ପୁରୀ ୨୯|୧୨: ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗରେ ସରକାରଙ୍କୁ ପରୋକ୍ଷରେ ଦାୟୀ କଲେ ଗଜପତି ମହାରାଜା । ବର୍ତ୍ତମାନ ଶାସକଙ୍କ ଯୋଗୁଁ ଧର୍ମ ଅବକ୍ଷୟମୂଖୀ, କାରଣ ସେମାନେ ଧର୍ମ ରକ୍ଷାକୁ ନିଜ ଦାୟିତ୍ବ ବୋଲି ମାନୁନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି ଗଜପତି। ଧର୍ମର ପ୍ରଚାର ପ୍ରସାର କିଏ କରିବ? କିଛି ମୁଷ୍ଟିମେୟ ସଂସ୍ଥା ଯୋଗୁଁ ଜଗନ୍ନାଥ ଚେତନା ଦୀପ ପ୍ରଜ୍ଜ୍ଵଳିତ ହୋଇ ରହିଛି । ଗଜପତି ମାନେ ଜଗନ୍ନାଥ ମନ୍ଦିର ପରିଚାଳନା ଓ ଧର୍ମକୁ ନିଜର ରାଜଧର୍ମ ପରି ପାଳନ କରୁଥିଲେ । ତେଣୁ ବର୍ତ୍ତମାନ ସରକାର ଶ୍ରୀମନ୍ଦିର ପରିଚାଳନାକୁ ନିଜର ପ୍ରାଥମିକତା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦରକାର ବୋଲି ଗଜପତି ପ୍ରତିକ୍ରିୟା ଦେଇ କହିଛନ୍ତି ।
from News7 http://bit.ly/2BIsEP4
ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗରେ ସରକାରଙ୍କୁ ପରୋକ୍ଷରେ ଦାୟୀ କଲେ ଗଜପତି ମହାରାଜା
Reviewed by SUBHENDU BARAL
on
December 29, 2018
Rating:
No comments: