ବାରଣାସୀ ୨୯/୧୨ : ଗୁଜରାଟର ପଟିଦାର ନେତା ହାର୍ଦିକ ପଟେଲ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢ଼ିବା ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳୁଛି | ସେ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳିଛି | ଏ ବାବଦରେ ତାଙ୍କୁ ପଚରାଯିବାରୁ ସେ ଅସ୍ବୀକାର ମଧ୍ୟ କରିନାହାନ୍ତି |
ଶୁକ୍ରବାର ଦିନ ହାର୍ଦିକ ଉତ୍ତର ପ୍ରଦେଶ ଗସ୍ତରେ ଯାଇଥିଲେ | ପଚାର ଯିବାରୁ ସେ କହିଥିଲେ ଯେ, ରାଜନୈତିକ କାରଣରୁ ସେ ଉତ୍ତରପ୍ରଦେଶ ଆସିଛନ୍ତି | ସେ ବିଭିନ୍ନ ସଭାରେ ଯୋଗ ଦେବା ସହ ଲୋକଙ୍କ ସହ ସିଧାସଳଖ ଯାଇ ଆଲୋଚନା ମଧ୍ୟ କରୁଛନ୍ତି | ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ହାର୍ଦିକ ୨୦୧୯ ନିର୍ବାଚନ ଲଢ଼ିବେ କି ?
ହାର୍ଦିକ କହିଛନ୍ତି ଯେ, ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବା ନେଇ ସେ ଏବେ ଯାଏଁ କିଛି ନିଷ୍ପତ୍ତି ନେଇ ନାହାନ୍ତି | କିନ୍ତୁ ଯଦି ମହାମେଣ୍ଟ ପ୍ରସ୍ତୁତ ହୁଏ ତାହେଲେ ସେ ଏ ବିଷୟରେ ନିଶ୍ଚୟ ଚିନ୍ତା କରିବେ ବୋଲି କହିଛନ୍ତି | ସେ ଆହୁରି କହିଛନ୍ତି ଯେ, ଗଙ୍ଗା ମା’ଙ୍କର କୋଟି କୋଟି ସନ୍ତାନ ଅଛନ୍ତି | କେବଳ ମୋଦିହିଁ ଗଙ୍ଗା ପୁତ୍ର ନୁହନ୍ତି | ସେଥିପାଇଁ ଗଙ୍ଗା ମା’ ଅନ୍ୟ ପୁତ୍ରଙ୍କୁ ମଧ୍ୟ ନିମନ୍ତ୍ରଣ କରିପାରନ୍ତି | ଆଉ ସେହି ପୁତ୍ର ମଧ୍ୟ ଗୁଜରାଟର ହୋଇପାରନ୍ତି ବୋଲି ସେ ପରୋକ୍ଷରେ ଇସାରା କରିଛନ୍ତି |
from News7 http://bit.ly/2QUYfr3
No comments: