ଲୁଧିଆନା ୨୯/୧୨ : ଘରେ ପଶି ଜଣେ ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଛି ଡ୍ରାଇଭର | ଘରେ କେହିନଥିବାର ସୁଯୋଗ ନେଇ ଡ୍ରାଇଭର ନାବାଳିକାକୁ ଶିକାର କରିଥିବା ଘଟଣା ସାମ୍ନା ଆସିଛି | ଦୁଷ୍କର୍ମ ପରେ ଡ୍ରାଇଭର ଏହି ବିଷୟରେ କାହାକୁ ନକହିବା ପାଇଁ ନାବାଳିକାଙ୍କୁ ଧମକ ଦେଇଥିଲା | କାହାକୁ କହିଲେ ନାବାଳିକାଙ୍କ ବାପାଙ୍କୁ ହତ୍ୟା କରିଦେବ ବୋଲି କହି ନାବାଳିକାକୁ ଧମକ ଦେଉଥିଲା ଡ୍ରାଇଭର | ଯେଉଁଥିପାଇଁ ନାବାଳିକା ଡରିଯାଇ ଚୁପ ରହିଥିଲେ | କିନ୍ତୁ କିଛି ଦିନ ପରେ ପୀଡିତା ନିଜ ଭଉଣୀ ଏବଂ ଜେଜେମାଙ୍କୁ ଘଟଣା ସମ୍ପର୍କରେ ଜଣେଇଥିଲେ | ଏହାପରେ ପୀଡିତା ପରିବାର ଲୋକଙ୍କ ସହ ଯାଇ ଥାନାରେ ମାମଲା ରୁଜ୍ଜୁ କରିଥିଲେ |
ସୂଚନାଯୋଗ୍ୟ ଯେ, ଡ୍ରାଇଭର କିଛି ବର୍ଷ ପୂର୍ବରୁ ପୀଡିତାଙ୍କ ବାପାଙ୍କ ପାଖେ ଡ୍ରାଇଭର ଭାବେ କାମ କରୁଥିଲା | ୪ ବର୍ଷ ପୂର୍ବରୁ ଅଭିଯୁକ୍ତ ତାଙ୍କ ପାଖରେ ଡ୍ରାଇଭର କାମ ଛାଡି ଦେଇଥିଲା | ତେବେ କାମ ଛାଡିବା ପରେ ମଧ୍ୟ ଅଭିଯୁକ୍ତ ପୀଡିତାଙ୍କ ଘରକୁ ଯିବା ଆସିବା କରୁଥିଲା | ଅଭିଯୁକ୍ତର ଖରାପ ନଜର ପୀଡିତାଙ୍କ ଉପରେ ଥିଲା | ପୀଡିତାଙ୍କର ଆଉ ୪ଜଣ ଭଉଣୀ ଅଛନ୍ତି | ୪ ବର୍ଷ ପୂର୍ବରୁ କୌଣସି କାରଣରୁ ପୀଡିତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା | ସ୍ତ୍ରୀର ମୃତ୍ୟୁ ପରେ ବାପା ନିଜ ମା’ଙ୍କ ସହ ମିଶି ୫ଝିଅଙ୍କ ଲାଳନ ପାଳନ କରୁଥିଲେ | ପୀଡିତାଙ୍କ ବାପା ବୁଧବାର ଦିନ ତାଙ୍କ ମା’ଙ୍କ ସହ ବଜାରକୁ ଯାଇଥିଲେ | ଘରେ ପୀଡିତା ଏକା ଥିଲେ | ଅନ୍ୟ ୪ ଭଉଣୀ ସ୍କୁଲ ଯାଇଥିଲେ | ଡ୍ରାଇଭର ଜାଣିଥିଲା ଯେ, ଘରେ ପୀଡିତା ଏକା ଅଛନ୍ତି | ମଉକାର ଫାଇଦା ଉଠାଇ ସେ ସିଧା ପୀଡିତାଙ୍କ ଘରକୁ ଯାଇ ଘର କବାଟ ବନ୍ଦ କରିଦେଇଥିଲା | ଡ୍ରାଇଭର ଏଭଳି ଅଚାନକ ଆସି ଘର କବାଟ କାହିଁକି ବନ୍ଦ କରିଦେଲା ପୀଡିତା ବୁଝି ପାରିଲେନି | ଏହାପରେ ଡ୍ରାଇଭର ପୀଡିତାଙ୍କୁ ଧମକେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା |
ଥାନାରେ ପୀଡିତ ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ପୀଡିତାଙ୍କ ଡାକ୍ତରୀ ମଇନା କରିଛି | ପୋଲିସ ଅଭିଯୁକ୍ତ ବିରୋଧରେ ପୋକସୋ ଆକ୍ଟ ଜରିଆରେ ଏକା ମାମଲା ରୁଜ୍ଜୁ କରିଛି | ତେବେ ଅଭିଯୁକ୍ତ ଏବେ ଫେରାର ଥିବା ଥାନା ଅଧିକାରୀ ରଜୋବନ୍ତ ସିଂ ସୂଚନା ଦେଇଛନ୍ତି | ଅତି ଶୀଘ୍ର ଅଭିଯୁକ୍ତକୁ ପୋଲିସ ଗିରଫ କରିବ ବୋଲି ସେ କହିଛନ୍ତି |
from News7 http://bit.ly/2EWdw4x
No comments: