
ପୁରୀ: ପୁରୀ ଜିଲ୍ଲା କୋଣାର୍କ ନାଗାମଠ ଗାଁରେ ଭିନ୍ନ ଢଙ୍ଗରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଦଶହରାଠାରୁ ପାରମ୍ପରିକ ନୀତିରେ ହେଉଥିବା ଏହି ପୂଜା ୫ ଦିନ ଧରି ଚାଲିବା ପରେ କୁମାର ପୂର୍ଣ୍ଣିମାରେ ଉଦ୍ଯାପିତ ହୋଇଥାଏ। ଏହି ପୂଜାର ନୀତି ଗୁଡ଼ିକ ମୁଖ୍ୟତଃ କୁମାରୀମାନଙ୍କ ଦ୍ୱାରା କରାଯାଇଥାଏ। 
କୁମାରୀମାନେ ପ୍ରଥମେ କଳସ ଧରି ଗାଁ ପରିକ୍ରମା କରିଥାନ୍ତି। ଦଶହରା ସରିବା ପରେ କୁମାରୀମାନେ ମିଶି ଗାଁରେ ମାଆ ଗଜଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପରଠାରୁ ପୂଜାବିଧି ଆରମ୍ଭ ହୋଇଥାଏ। ସଂକଳ୍ପଠାରୁ ଆରମ୍ଭ କରି ସମସ୍ତ ପୂଜା ଦାୟିତ୍ୱ କୁମାରୀମାନେ ନେଇଥାନ୍ତି। ଆଉ ଗାଁର ପିଲାଠୁ ବୟସ୍କ କୁମାରୀମାନଙ୍କୁ ପୂଜାରେ ସହଯୋଗ କରନ୍ତି। 
ପୂଜା ଅବସରରେ ୫ ଦିନ ଧରି କୁମାରୀମାନେ ତାସ, ପୁଚି, ମ୍ୟୁଜିକ୍ ଚେୟାର, ନୃତ୍ୟ ଆଦି କରି ଥାଆନ୍ତି।
କୁମାର ପୂର୍ଣ୍ଣିମା ଦିନ ଚାନ୍ଦ ପୂଜା ପରେ କୁମାରୀ ବିବାହ ବେଶ୍ ଆଡ଼ମ୍ବର ଭାବେ ଅନୁଷ୍ଠିତ ହୁଏ। ଆଉ ସେହି ଦିନ ହିଁ ଗଜଲକ୍ଷ୍ମୀ ପୂଜା ଉଦ୍ଯାପିତ ହେବାର ପରମ୍ପରା ରହିଆସିଛି। 
୭୦ ବର୍ଷ ତଳୁ ଚାଲିଆସିଥିବା ଏହି ଯାତ୍ରା ଗାଁ ଲୋକଙ୍କ ମଧ୍ୟରେ ଭାଇଚାରାର ବାର୍ତ୍ତା ଦେଇଥାଏ।
(କୋଣାର୍କରୁ ସଞ୍ଜୟ ପତିଙ୍କ ରିପୋର୍ଟ)
from OTV Khabar https://ift.tt/2yOFJVC
No comments: