
ଅନୁଗୁଳ: ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ ପୁଣି ଆତଙ୍କ ଖେଳାଇଛି। ଟାଇଁସି ଗାଁରେ ପଶି ସୁନ୍ଦରୀ ଜଣେ ବ୍ୟକ୍ତିଙ୍କୁ ମାରି ଖାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ତ୍ରିନାଥ ସାହୁ ବୋଲି ସୂଚନା ମିଳିଛି। ଆଜି ସକାଳେ ସେ ମାଛ ମାରିବାକୁ ଯାଇଥିବା ବେଳେ ସୁନ୍ଦରୀ ତାଙ୍କୁ ଆକ୍ରମଣ କରିଥିଲା ବୋଲି ଅଭିଯୋଗ ହୋଇଛି।
ଏହାକୁ ନେଇ ଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଗାଁ ପାଖରେ ବାଘୁଣୀ ‘ସୁନ୍ଦରୀ’ ଲୁଚିଥିବା ସୂଚନା ମିଳିଛି।
ଏ ସଂପର୍କରେ ସୂଚନା ପାଇବା ପରେ ଏସିଏଫ୍ ଗାଁକୁ ଯାଇଥିଲେ। ଗାଁ ଲୋକେ ତାଙ୍କୁ ଅଟକ ରଖି ମାଡ଼ ମାରିଥିବା ସୂଚନା ମିଳିଛି।
ଛଅ ସାତ ଦିନ ତଳେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ନିକଟରେ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇ ଥିବା ଅଭିଯୋଗ ହୋଇଥିଲା। ସେହିପରି ସେପ୍ଟେମ୍ବର ୧୨ ତାରିଖରେ ସୁନ୍ଦରୀ ଜଣେ ମହିଳାଙ୍କୁ ମାରିଥିବା ନେଇ ହଇଚଇ ସୃଷ୍ଟି ହୋଇଥିଲା।
from OTV Khabar https://ift.tt/2S70uo9
ମଣିଷ ମାରି ଖାଇଲା ‘ସୁନ୍ଦରୀ’! OTV KHABAR BUREAU
Reviewed by SUBHENDU BARAL
on
October 21, 2018
Rating:
No comments: