
କେନ୍ଦ୍ରାପଡ଼ା: ଚଳିତ ବର୍ଷ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାରେ ଚମକିବ ଚାନ୍ଦି ମେଢ଼। ତାରକସି କାରୁକାର୍ଯ୍ୟରେ ନିର୍ମିତ ହେଉଥିବା ଏହି ମେଢ଼ ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
କଟକ ତାରକସିର ସୂକ୍ଷ୍ମ କାରୁକଳା ଚଳିତ ବର୍ଷ ଦେଖିବାକୁ ମିଳିବ। ଚଳିତ ବର୍ଷ ପ୍ରଥମ କରି କାକଟ ମଙ୍ଗଳା କ୍ଲବ୍ ପକ୍ଷରୁ ଚାନ୍ଦି ମେଢ଼ ନିର୍ମାଣ ହେଉଛି।
ପାଖାପାଖି ୪୨ କିଲୋ ଚାନ୍ଦିର ବ୍ୟବହାର ହୋଇଥିବା ମେଢ଼ ପାଇଁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଦୁଇ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ସ୍ୱପ୍ନ ସାର୍ଥକ ହେବାକୁ ଯାଉଥିବାରୁ କ୍ଲବ୍ ସଦସ୍ୟ ଓ କାରିଗରଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖାଦେଇଛି।
ଅନ୍ୟପଟେ ଚାନ୍ଦି ମେଢ଼ ଲାଗି ପୂଜା କମିଟିର କର୍ମକର୍ତ୍ତା ମଣ୍ଡପର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ମଣ୍ଡପରେ ସିସି କ୍ୟାମେରା ଲଗାଇବା ପାଇଁ ଯୋଜନା ଥିବା ବେଳେ ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ ନିବେଦନ କରାଯାଇଛି।
ଗତ ୧୯୩୪ ମସିହାରୁ କାକଟ ମଙ୍ଗଳା କ୍ଲବ୍ ପକ୍ଷରୁ ମା’ ଲକ୍ଷ୍ମୀଙ୍କ ପୂଜା ବେଶ୍ ଧୁମ୍ଧାମ୍ରେ ପାଳନ ହୋଇ ଆସୁଅଛି।
(କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁଙ୍କ ରିପୋର୍ଟ)
from OTV Khabar https://ift.tt/2S47tOM
No comments: