ଗଜପତିରେ ବଢୁଛି ମୃତ୍ୟୁ ସଂଖ୍ୟା Pradesh Pratyush

ଗଜପତି  : ବାତ୍ୟା ତିତ୍‌ଲି ପ୍ରଭାବରେ ଗଜପତି ଜିଲ୍ଲାରେ ବଢିଚାଲିଛି ମୃତ୍ୟୁ ସଂଖ୍ୟା। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ପରେ ଅାଉ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ଅାଶଙ୍କା କରାଯାଉଛି।

କଇଁପୁର ପଞ୍ଚାୟତରେ ପାହାଡ଼ ଧସି ୧୫ ଜଣ ନିଖୋଜ ଥିଲେ। ଏପର୍ଯ୍ୟନ୍ତ ନିଖୋଜ ୧୫ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ସେପଟେ ଲକ୍ଷ୍ମୀପୁରରେ ୨ ନିଖୋଜଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଠାବ ହୋଇଛି।

ସେହିପରି ଗଣ୍ଡାହାତୀରେ ୨ ଏବଂ ଲାଇଲାଇରେ ୨ ଜଣ ନିଖୋଜ ଅଛନ୍ତି। ମୋହନାରେ ମଧ୍ୟ ୨ ଜଣ ନିଖୋଜ ଥିବା ଖବର ଅାସିଛି।  ନିଖୋଜ ଓ ମୃତ୍ୟୁ ନେଇ କଇଁପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ପିଇଓ ଏବଂ ସରପଞ୍ଚ ସୂଚନା ଦେଇଛନ୍ତି। ପୂର୍ବରୁ ଗଙ୍ଗାବାଡ଼ରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସ୍ୱୀକାର କରିଥିଲା।



from OTV Khabar https://ift.tt/2CK2hLp
ଗଜପତିରେ ବଢୁଛି ମୃତ୍ୟୁ ସଂଖ୍ୟା Pradesh Pratyush ଗଜପତିରେ ବଢୁଛି ମୃତ୍ୟୁ ସଂଖ୍ୟା Pradesh Pratyush Reviewed by SUBHENDU BARAL on October 15, 2018 Rating: 5

No comments:

Powered by Blogger.