‘ତିତଲି’ ବାତ୍ୟା ଏବଂ ବନ୍ୟାରେ କ୍ଷୟକ୍ଷତି ନେଇ ଗଞ୍ଜାମ ଜିଲ୍ଲାରେ ସ୍ଥିତି ପରଖିଛି ନ୍ୟୁଜ ସେଭେନ୍

ଗଞ୍ଜାମ ୧୬|୧୦: ତିତଲି ବାତ୍ୟା ଏବଂ ତାପର ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ପ୍ରଭାବିତ ଇଲାକାରେ ସ୍ଥିତି ପରଖିଛି ନ୍ୟୁଜ ସେଭେନ୍ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର  ତିତଲି  ଓ ପରବର୍ତ୍ତୀ ବନ୍ୟା ସ୍ଥିତି ସ୍ଥାନୀୟ ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଲୋକେ ଚାଉଳ ମୁଠାଏ ପାଇଁ ପ୍ରାୟ ୧୦କିଲୋମିଟର  ଦୁର୍ଗମ ପଥ ଦେଇ ଯିବାକୁ ବାଧ୍ୟ ହେଉଛନ୍ତି । ଚାଷ ଜମିରେ ପାଣି ଠିଆ ହୋଇଛି ସେଣେ ଘରଦ୍ବାର ଭାଙ୍ଗି ମାଟିରେ ମିଶି ଯାଇଛି । ଚରମ ଦୁର୍ଦ୍ଦଶାରେ ଅଛନ୍ତି ଲୋକ । ଦୁର୍ଗମ ଅଞ୍ଚଳର ଗୋଟିଏ ପରେ ଗୋଟିଏ ଗାଆଁକୁ ନ୍ୟୁଜ୍  ସେଭେନ୍  ଟିମ୍ ଯାଇଥିଲା । ବାଟରେ ଅନେକ ଦୁର୍ଗମ ପଥ ଦେଇ ମଧ୍ୟ ଯାଇଥିଲା ଆମ ଟିମ୍  । ସ୍ଥାନୀୟ ପ୍ରଶାସନ  କି ଜିଲ୍ଲା ପ୍ରଶାସନର ଅଧିକାରୀ କେହିବି ସେମାନଙ୍କ ପାଖରେ  ପହଞ୍ଚି ନଥିବା ଲୋକ ଅଭିଯୋଗ କରିଛନ୍ତି ।



from News7 https://ift.tt/2PAM6mJ
‘ତିତଲି’ ବାତ୍ୟା ଏବଂ ବନ୍ୟାରେ କ୍ଷୟକ୍ଷତି ନେଇ ଗଞ୍ଜାମ ଜିଲ୍ଲାରେ ସ୍ଥିତି ପରଖିଛି ନ୍ୟୁଜ ସେଭେନ୍ ‘ତିତଲି’ ବାତ୍ୟା ଏବଂ ବନ୍ୟାରେ କ୍ଷୟକ୍ଷତି ନେଇ ଗଞ୍ଜାମ ଜିଲ୍ଲାରେ ସ୍ଥିତି ପରଖିଛି ନ୍ୟୁଜ ସେଭେନ୍ Reviewed by SUBHENDU BARAL on October 16, 2018 Rating: 5

No comments:

Powered by Blogger.