ଜଗତସିଂହପୁରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତକୁ ଅଟକ ରଖି ପୋଲିସର ପଚରାଉଚରା

ଜଗତସିଂହପୁର ୨୦|୧୦: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶଙ୍ଖେଶ୍ବର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶଙ୍ଖେଶ୍ବର ଅଞ୍ଚଳରେ ନାବାଳିକା ଜଣକ ନିଜ ଆଈ ମାଆ ପାଖରେ ରୁହନ୍ତି । ତାଙ୍କ ବାପା ଓ ମାଆ ବାହରେ ରୁହନ୍ତି । ଏହାର ସୁଯୋଗ ନେଇ ଗତକାଲି ରାତିରେ ନାବାଳିକା ଘରେ ଶୋଇଥିବା ବେଳେ ବିଟୁଆ ନାମକ ଜଣେ ସମ୍ପର୍କୀୟ ଯୁବକ ତାଙ୍କ ଘରକୁ ଆସିଥିଲେ । ଶୋଇଥିବା ଅବସ୍ଥାରେ ନାବାଳିକାଙ୍କୁ ବିଟୁଆ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ପାଟି କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ନାବାଳିକାକୁ ସଙ୍ଗେ ସଙ୍ଗେ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳୁ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଏ ଘଟଣା ନେଇ ପୋଲିସ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି ।



from News7 https://ift.tt/2R3hNFs
ଜଗତସିଂହପୁରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତକୁ ଅଟକ ରଖି ପୋଲିସର ପଚରାଉଚରା ଜଗତସିଂହପୁରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତକୁ ଅଟକ ରଖି ପୋଲିସର ପଚରାଉଚରା Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.