ଔରଙ୍ଗାବାଦ ୨୦/୧୦: ଦଶହରାରେ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଅନୁଷ୍ଠିତ ହୋଇଥିବାବେଳେ ମହାରାଷ୍ଟ୍ରର ଔରଙ୍ଗାବାଦ ନିକଟସ୍ଥ ଏକ ଗାଁରେ ଦେଖିବାକୁ ମିଳିଛି ସୁପର୍ଣ୍ଣଖା ପୋଡ଼ି। ସୁପର୍ଣ୍ଣଖା ହେଉଛନ୍ତି ଦଶାନନ ରାବଣର ଭଉଣୀ। ସୁପର୍ଣ୍ଣଖାକୁ ଶ୍ରୀରାମ-ଲକ୍ଷ୍ମଣ କରିଥିବା ଅପମାନର ପ୍ରତିଶୋଧ ନେବା ପାଇଁ ରାମ-ରାବଣ ଯୂଦ୍ଧ ହୋଇଥିଲା ଓ ରାବଣ ପ୍ରାଣ ହରାଇଥିଲେ। ଏଥିପାଇଁ ସୁପର୍ଣ୍ଣଖା ହିଁ ସୀତା ହରଣ ଓ ରାବଣ ମରଣ ପାଇଁ ଦାୟୀ ବୋଲି ଔରଙ୍ଗାବାଦର ଏକ ସ୍ତ୍ରୀ ‘ନିର୍ଯ୍ୟାତିତ ସ୍ବାମୀ ସମାଜ’ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଆଉ ଖାସ୍ ଏଥିପାଇଁ ରାବଣ ପୋଡ଼ି ନକରି ନିର୍ଯ୍ୟାତନା ଦେଉଥିବା ଏବଂ ଭୁଲ୍ ବାଟରେ ଯାଉଥିବା ସ୍ତ୍ରୀମାନଙ୍କ ପ୍ରତୀକ ସୁପର୍ଣ୍ଣଖାକୁ ପୋଡ଼ିଛି ଏହି ସମାଜ। ସଂସ୍ଥାର ମୁଖ୍ୟ କହିଛନ୍ତି ଯେ, ପାରିବାରିକ କଳହରୁ ହେଉଥିବା ଆତ୍ମହତ୍ୟା ଘଟଣାକୁ ଯଦି ବିଚାରକୁ ନିଆଯାଏ ତାହେଲେ ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ସର୍ବାଧିକ ୭୪ପ୍ରତିଶତ। ଛୋଟ ଛୋଟ କଥାରେ ସ୍ତ୍ରୀମାନେ ସ୍ବାମୀ ଓ ଶ୍ବଶୁରାଳୟର ଲୋକଙ୍କୁ ନିର୍ଯ୍ୟାତନା ଦେବା ଘଟଣା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଯେତେ ଆଇନ୍ ରହିଛି ସବୁ ସ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ । କିନ୍ତୁ ସ୍ତ୍ରୀମାନେ ଏହି ଆଇନର ଢ଼ାଲରେ ସବୁ ପ୍ରକାର କୁକର୍ମ କରୁଛନ୍ତି। ସଂପ୍ରତି ଦେଶରେ ଚାଲିଥିବା ‘ମି ଠୁ’ ଅଭିଯାନକୁ ମଧ୍ୟ ଏହି ସଙ୍ଗଠନ ସମାଲୋଚନା କରିଛି।


from News7 https://ift.tt/2q0uHIH
No comments: