ମାସକୁ ୨୦୦୦ ଟଙ୍କାରେ କ୍ୟାରିୟର ଆରମ୍ଭ କରିଥିଲେ ପରିନୀତି

ମୁମ୍ବାଇ:ଖୁବ୍‌ଶୀଘ୍ର ଅର୍ଜୁନ କପୁର ଏବଂ ପରିନୀତି ଚୋପ୍ରା ଫିଲ୍ମ ‘ନମେସ୍ତ ଇଂଲଣ୍ଡ’ରେ ଏକାଠି ନଜରରେ ଆସିବେ। ଏହି ଦୁଇ ଫିଲ୍ମ ତାରକା ଆଜତକ୍‌ର କବି ସମ୍ମିଳନୀର ନିଜର ଫିଲ୍ମ ପ୍ରମୋସନ ପାଇଁ ପହଞ୍ଚିଥିଲେ। କାର୍ଯ୍ୟକ୍ରମର ଉପସ୍ଥାପକ କୁମାର ବିଶ୍ୱାସ ପରିନୀତିଙ୍କ ସହ ପ୍ରଫେସନାଲ ଲାଇଫ୍‌କୁ ନେଇ ଆଲୋଚନା କଲାବେଳେ ସେ ତାଙ୍କର ବିଗତ ଦିନର ଅନୁଭୂତିକୁ ସେୟାର କରିଥିଲେ। ପରିନୀତି କହିଥିଲେ ଯେ, ତାଙ୍କ ପାଖରେ ଅନେକ ଡିଗ୍ରୀ ଥାଇ ମଧ୍ୟ ତାଙ୍କୁ କେମିତି କାମ ମିଳୁ ନଥିଲା ସେ ବିଷୟରେ କହିଥିଲେ।

ସେହିପରି ସେ ମାସକୁ ଇଣ୍ଟର୍ନସିପ୍‌ ବେଳେ ୨୦୦୦ ଟଙ୍କାରେ କାମ କରିଥିବା କହିଥିଲେ। ପରିନୀତି କହିଥିଲେ ସେ ପାଠ ପଢ଼ି ଅନେକ ଡିଗ୍ରୀ ହାସଲ କରିଥିଲେ ସତ ହେଲେ  ଯେତବେଳେ କାମ କଥା ଉଠିଲା ତାଙ୍କୁ ଅନେକ ନିରାଶ ହେବାକୁ ପଡ଼ିଥିଲା। ଥରେ ସେ ତାଙ୍କ ଭଉଣୀ ସହ କୌଣସି ଏକ କାମରେ ଷ୍ଟୁଡିଓ ଯାଇଥିଲେ। ସେଠାରେ ତାଙ୍କୁ କିଛି କାମ ମିଳିବ କି ବୋଲି ସେ ପ୍ରଶ୍ନ କରିଥିଲେ।

ଉତ୍ତର ଆସିଥିଲା କାମ ତ’ ମିଳିବନି କିନ୍ତୁ ମାସକୁ ଇଣ୍ଟର୍ନସିପ୍‌ ବାବଦରେ ୨୦୦୦ ଟଙ୍କା ମିଳିବ। ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଏହି ପରିମାଣ ପରିନୀତିଙ୍କ ପାଇଁ ଖୁବ୍‌ କମ ଥିଲା ବୋଲି ସେ ଅନୁଭବ କରିଥିଲେ। କିନ୍ତୁ ସେ ସମୟରେ ପରିନୀତିଙ୍କ ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା। ତେଣୁ ସେ ୨୦୦ ଟଙ୍କାରେ କାମ କରିବା ପାଇଁ ରାଜି ହୋଇଯାଇଥିଲେ। ସେ ଭାବିଲେ ଏହି ମଉକାରେ କିଛି ଗୋଟେ କରିବାର ଆରମ୍ଭ ତ’ ହୋଇଗଲା। ପରେ ଏମିତି କାମ କରୁକରୁ ସେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ।



from Odisha Reporter
ମାସକୁ ୨୦୦୦ ଟଙ୍କାରେ କ୍ୟାରିୟର ଆରମ୍ଭ କରିଥିଲେ ପରିନୀତି ମାସକୁ ୨୦୦୦ ଟଙ୍କାରେ କ୍ୟାରିୟର ଆରମ୍ଭ କରିଥିଲେ ପରିନୀତି Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.