ବଳଦ ଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ: ପୁଲିସର ଲାଠିଚାର୍ଜ

କାମାକ୍ଷାନଗର(ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ଭୁବନରେ ଦଶହରା ବଳଦ ଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି।

ଦଶହରା ପର ରାତିରେ ବଳଦ ଯାତ୍ରା ଚାଲିଥିବାବେଳେ, ସକାଳୁ ସକାଳୁ ବସ୍‌ଷ୍ଟାଣ୍ଡ ପାଖ ଅରାସାହି ଓ ହରିଜନ ସାହି ମଧ୍ୟରେ ବିବାଦ ଦେଖା ଦେଇଥିଲା। ବିବାଦ ଉଗ୍ରରୂପ ନେବା ସହ ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଢେଲା ପଥର ମାଡ଼ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ପୁଲିସ ଲାଠିଚାର୍ଜ କରିଥିଲା।

bhubanଠାକୁରଙ୍କ ପାଖରେ ପଣା ଲାଗିକୁ ନେଇ ବିବାଦର ସୂତ୍ରପାତ ହୋଇଥିବା କୁହାଯାଉଛି। ସେପଟେ ଢେଲାପଥର ମାଡ଼ରେ କିଛି ଲୋକଙ୍କ ଘର କ୍ଷତିଗ୍ରସ୍ତ ହେବା ସଙ୍ଗେସଙ୍ଗେ ଜିନିଷପତ୍ର ଭାଙ୍ଗିରୁଜି ଯାଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।



from Odisha Reporter
ବଳଦ ଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ: ପୁଲିସର ଲାଠିଚାର୍ଜ ବଳଦ ଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ: ପୁଲିସର ଲାଠିଚାର୍ଜ Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.