ଏବେବି ଯାଇନି ତିତ୍‌ଲି ଦୁଃଖ Rosalin Rath

ଗଞ୍ଜାମ: ବାତ୍ୟା ତିତ୍‌ଲିକୁ ବିତିଲାଣି ପ୍ରାୟ ୧୧ ଦିନ। କିନ୍ତୁ ଏଯାଏ ହୋଇଥିବା କ୍ଷୟକ୍ଷତିରେ ସୁଧାର ଆସିନି। ବିଶେଷ କରି ତିତ୍‌ଲିରେ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାବାସୀ ବିଭିନ୍ନ ସମସ୍ୟା ସହ ଯୁଝୁଛନ୍ତି।

୧୨ ଦିନ ହେବ ପାରଳାଖେମୁଣ୍ଡି ଓ ଗୁଣପୁର ଅଞ୍ଚଳ ରେଳ ସଂଯୋଗରୁ ବିଚ୍ଛିନ୍ନ ହୋଇରହିଛି। ତିତ୍‌ଲି ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ପାରଳାଖେୁଣ୍ଡି ଓ ପୁରୁଣାପାଟଣା ମଧ୍ୟରେ ଏକ ବିରାଟ ଘାଇ କାରଣରୁ ଧୋଇ ଯାଇଥିବା ରେଳଧାରଣା ଏବେ ମଧ୍ୟ ଅସଜଡ଼ା ଅବସ୍ଥାରେ ପଡ଼ିରହିଛି।

ଏହା ଫଳରେ ପାରଳା, କାଶୀନଗର, ଗୁଣପୁର ଓ ଆନ୍ଧ୍ର ଶ୍ରୀକାକୁଲମ୍ ଅଞ୍ଚଳର ଲାଇଫ୍ ଲାଇନ୍ କୁହାଯାଉଥିବା ନୌପଡ଼ା-ଗୁଣପୁର ରେଳ ପଥରେ ଗତ ୧୦ ତାରିଖରୁ ରେଳ ଚଳାଚଳ ଠପ୍ ହୋଇଯାଇଛି।

ପାରଳାଖେମୁଣ୍ଡି ଷ୍ଟେସନ ଅବସ୍ଥା ମଧ୍ୟ ଶୋଚନୀୟ। ରେଳ ବିଭାଗ ପକ୍ଷରୁ ରେଳଧାରଣା ମରାମତି କାମରେ ୩ଶହ ଶ୍ରମିକ ନିୟୋଜିତ ହୋଇଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହେବାକୁ ଅତିକମ୍‌ରେ ଆହୁରି ୫-୬ ଦିନ ସମୟ ଲାଗିବ ବୋଲି ସୂଚନା ମିଳିଛି।

ଆଉ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ତତାବାଲି ଗାଁରେ ଚାରିଆଡ଼େ ଖାଲି ବାଲି ଆଉ ବାଲି। ନଷ୍ଟ ହୋଇଯାଇଛି ହେକ୍ଟର ହେକ୍ଟର ଧାନ, ଆଖୁ, କଦଳୀ ଓ ଚିନାବାଦାମ ଫସଲ। କୋବି, ସାରୁ, ବିଲାତି ଆଦି ପନିପରିବା ଫସଲର ଚିହ୍ନବର୍ଣ୍ଣ ନାହିଁ।

ଅଧିକାଂଶ ଫସଲ ଋଷିକୂଲ୍ୟା ବନ୍ୟାରେ ଧୋଇଯାଇଥିବା ବେଳେ, ଯାହାକିଛି ରହିଯାଇଥିଲା, ଏବେ ତା ଉପରେ ୩ ଫୁଟ୍ ଉଚ୍ଚ ବାଲିର ଆସ୍ତରଣ ହୋଇଯାଇଛି। କାହାର କେଉଁ ଜମି, ଚିହ୍ନିବା କଷ୍ଟ ହୋପଡ଼ିଛି। ସେପଟେ ଋଣ କରି ଫସଲ ଉପୁଜାଇଥିବା ଚାଷୀ ଏବେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି।

 

(ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ, ଗୁଣପୁରରୁ ଇନ୍ଦ୍ରଜିତ ପଣ୍ଡା ଓ ଭଞ୍ଜନଗରରୁ ପ୍ରଦୀପ ସ୍ୱାଇଁଙ୍କ ରିପୋର୍ଟ)



from OTV Khabar https://ift.tt/2OI1p0s
ଏବେବି ଯାଇନି ତିତ୍‌ଲି ଦୁଃଖ Rosalin Rath ଏବେବି ଯାଇନି ତିତ୍‌ଲି ଦୁଃଖ Rosalin Rath Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.