ରକ୍ତମୁଖା ସୁନ୍ଦରୀ : ପୁଣି ମାରିଲା ମଣିଷ, ଟାଇଁସି ଅଞ୍ଚଳରେ ବାଘୁଣୀ ଆତଙ୍କ

ଅନୁଗୋଳ ୨୧|୧୦: ବାଘୁଣୀ ସୁନ୍ଦରୀ କଲା ମଣିଷ ଶିକାର । ପୁଣି ଥରେ ରକ୍ତମୁଖା ହୋଇଛି ବାଘୁଣୀ ସୁନ୍ଦରୀ । ଅନୁଗୁଳ ଟାଇଁସି ପଞ୍ଚାୟତ ନୂଆପଡା ଅଞ୍ଚଳରେ ପୁଣି ଆତଙ୍କ ମଚାଇଛି ବାଘୁଣୀ । ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ନୂଆପଡା ଅଞ୍ଚଳର ତ୍ରୀନାଥ ସାହୁ । ଆଜି ସକାଳୁ ବିଲକାମ କରିବାକୁ ଯାଇଥିବା ବେଳେ ନୂଆପଡା ସ୍କୁଲ ପଛପଟେ ତାଙ୍କୁ ବାଘୁଣୀ  ଆକ୍ରମଣ କରିଥିଲା । ତାଙ୍କ ବେକ ଓ କାନ୍ଧରେ କ୍ଷତ ଚିହ୍ନ ରହିଛି । ଏହାସହ ଗତକାଲି ରାତିରେ ବାଘଣୀ ସୁନ୍ଦରୀ ଗାଁ ମୁଣ୍ଡରେ ବୁଲିଥିବାର ଶୁଣିବାକୁ ମିଳିଛି । ତେବେ ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ  ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକମାନେ ଅନୁଗୁଳ ଏସିଏଫ ଶ୍ରୀକାନ୍ତ ବେହେରାଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟଲୋକ।

ପୂର୍ବରୁ ହାତୀବାରି ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ସୁନ୍ଦରୀ ଆକ୍ରମଣରେ ହୋଇଥିବା ଲୋକେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଉତ୍ୟକ୍ତଲୋକ ବନବିଭାଗର ଅଫିସରେ ଭଙ୍ଗାରୁଜା କରିଥିଲେ ।



from News7 https://ift.tt/2EzYWjT
ରକ୍ତମୁଖା ସୁନ୍ଦରୀ : ପୁଣି ମାରିଲା ମଣିଷ, ଟାଇଁସି ଅଞ୍ଚଳରେ ବାଘୁଣୀ ଆତଙ୍କ ରକ୍ତମୁଖା ସୁନ୍ଦରୀ : ପୁଣି ମାରିଲା ମଣିଷ, ଟାଇଁସି ଅଞ୍ଚଳରେ ବାଘୁଣୀ ଆତଙ୍କ Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.