କଟକ ଟାଙ୍ଗୀ କୟଥପଲ୍ଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୨ଜଣ ମୃତ, ୪ଜଣ ଗୁରୁତର

କଟକ ୨୫|୧୦: କଟକ ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ କୟଥପଲ୍ଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି ।  ଅଜଣା ଗାଡି ଧକ୍କାରେ  ମାରୁତି ଭ୍ୟାନ୍ ଚୁରମାର୍ ହୋଇଯାଇଛି । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି । ଆହତମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ମୃତକ ଦୁହେଁ ଟାଂଗୀ ଥାନା ସାନ-ନଇରୀ ଗାଁର ଉଷା ବେହେରା ଏବଂ ବାଙ୍କୋଇ ପଲ୍ଲୀ ଗାଁର  ବିନୀତ କୁମାର ବେହେରା । ଏକ ଓମିନ୍ କାରରେ ୬ ଜଣ ନିଜ ଗାଁକୁ ଫେରୁଥିଲେ । ସାନ ନଇରୀ ଗାଁରେ ଏକ ସଂପର୍କୀୟ ଝିଅକୁ ତାର ଶ୍ବଶୁର ଘରେ ଛାଡି ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ଏହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।



from News7 https://ift.tt/2Po7miw
କଟକ ଟାଙ୍ଗୀ କୟଥପଲ୍ଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୨ଜଣ ମୃତ, ୪ଜଣ ଗୁରୁତର କଟକ ଟାଙ୍ଗୀ କୟଥପଲ୍ଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୨ଜଣ ମୃତ, ୪ଜଣ ଗୁରୁତର Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.