Tricks and Tips: ଖରାପ ବ୍ୟବହାରର କିପରି ଦେବେ ଉତ୍ତର, ଜାଣନ୍ତୁ ୬ଟି ଉପାୟ Pramod Behera

ଏମିତି ଅନେକ ଲୋକ ଅଛନ୍ତି ଯେଉଁ ଘର ହେଉ କି ବାହାର କିମ୍ବା କର୍ମକ୍ଷେତ୍ରରେ ଅଶାଳୀନ ବ୍ୟବହାର କରନ୍ତି। ସୋସିଆଲ ମିଡିଆ ଯୁଗରେ, ଜଣାଶୁଣା ବ୍ୟକ୍ତିଙ୍କ ବ୍ୟତୀତ ଅପରିଚିତ ବ୍ୟକ୍ତିମାନେ ମଧ୍ୟ ଖରାପ ମନ୍ତବ୍ୟ ଦିଅନ୍ତି। ଯେଉଁମାନେ ଏ ସବୁର ଶିକାର ହୁଅନ୍ତି ସେମାନେ ଅନେକ ସମୟରେ ଆଘାତ ପାଇବା ଦେଖାଯାଏ। ପ୍ରତ୍ୟେକ ବୟସର ଲୋକଙ୍କୁ ବେଳେବେଳେ ଏହାର ସାମ୍ନା କରିବାକୁ ପଡେ।

ଅନେକ ଲୋକ ହଠାତ୍ ପ୍ରତିକ୍ରିୟା କରନ୍ତି ଏବଂ ଖରାପ ମନ୍ତବ୍ୟ ଶୁଣିବା ପରେ ଆକ୍ରମଣାତ୍ମକ ହୋଇପଡନ୍ତି। ପରେ କିନ୍ତୁ ପରିସ୍ଥିତି ଅଣାୟତକୁ ଚାଲିଯାଏ। କିନ୍ତୁ ଏପରି ମଧ୍ୟ କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଶାନ୍ତ ଭାବରେ ଏହିପରି ମନ୍ତବ୍ୟଗୁଡିକର ଉପଯୁକ୍ତ ଉତ୍ତର ଦିଅନ୍ତି। ଏହା ଦ୍ୱାରା ସମସ୍ୟା ନ ବଢି ସମାଧାନ ହୋଇଯାଏ।

ଆଜି ଆମେ ଆପଣଙ୍କୁ ସେହି କଥା ହିଁ କହିବୁ, ଯଦି ଆପଣ କେବେ ଖରାପ କିମ୍ବା ଅଭଦ୍ର ମନ୍ତବ୍ୟର ଶିକାର ହୁଅନ୍ତି, ତେବେ କିପରି ଶାନ୍ତ ଭାବେ ଦୃଢ ଜବାବ ଦେବେ, ଯାହା ଦ୍ୱାରା ଭବିଷ୍ୟତରେ ସେହି ବ୍ୟକ୍ତି ଏପରି କଥା କହିବାକୁ ସାହସ ମଧ୍ୟ କରିବ ନାହିଁ।

ଶାନ୍ତ ଭାବରେ ଜବାବ ଦେବା:

ଅଶ୍ଳୀଳ ମନ୍ତବ୍ୟ ଯୋଗୁଁ ଲୋକମାନେ କ୍ରୋଧିତ ଓ ଲଜ୍ଜିତ ହୋଇପାରନ୍ତି। ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଶାନ୍ତ ରହିବା ହେଉଛି ସର୍ବୋତ୍ତମ ଉପାୟ। ଶାନ୍ତ ରହି ନିଜର ଉତ୍ତରକୁ କଠୋର ସ୍ୱରରେ ଦେବା ଉଚିତ। କହିବା ବେଳେ ଭାବିଚିନ୍ତି ଶବ୍ଦ ବ୍ୟବହାର କରିବା ଉଚିତ। ଏହା ନିଜର ସମ୍ମାନ ବଜାୟ ରଖିବା ସହିତ ସଂପର୍କକୁ ମଧ୍ୟ ବଜାୟ ରଖିବ।

ମନ୍ତବ୍ୟର ଉଦ୍ଦେଶ୍ୟ ବୁଝିବା:

କିଛିକୁ ନେଇ ପ୍ରତିକ୍ରିୟା କରିବା ପୂର୍ବରୁ, ସେହି ବ୍ୟକ୍ତିଙ୍କ ସହିତ ଆପଣଙ୍କର ସମ୍ପର୍କ ବିଷୟରେ ଚିନ୍ତା କରନ୍ତୁ। ଏହା ଫଳରେ ମନ୍ତବ୍ୟ ପଛରେ ବ୍ୟକ୍ତିର ଉଦ୍ଦେଶ୍ୟ କ’ଣ ତାହା ବୁଝିବା ସହଜ ହେବ। ଫଳରେ ଆପଣ ସେହି ବ୍ୟକ୍ତି ସହିତ କିପରି ବ୍ୟବହାର କରିବେ ତାହା ଜାଣିହେବ।

ଥଟ୍ଟା କରି ପ୍ରତିକ୍ରିୟା ଦେବା:

ଖରାପ ମନ୍ତବ୍ୟଗୁଡିକର ଉପଯୁକ୍ତ ଉତ୍ତର ଦେବାର ସର୍ବୋତ୍ତମ ଉପାୟ ହେଉଛି ଥଟ୍ଟା। ନିଜର କଥାକୁ ଥଟ୍ଟା ମାଧ୍ୟମରେ ଅନ୍ୟ ଜଣକୁ କହିବା ଦ୍ୱାରା ଏହା ଖୁବ ପ୍ରଭାବ ପକେଇଥାଏ। ସଠିକ୍ ସମୟରେ ବ୍ୟଙ୍ଗାତ୍ମକ ଢଙ୍ଗରେ ଜବାବ ଦେବା ଦ୍ୱାରା ଏହା ପରିସ୍ଥିତିକୁ ବଦଳାଇ ଦେବା ସହ ବିପରୀତ ଲୋକକୁ ଆଘାତ ଦେଇପାରେ, କିନ୍ତୁ ତା’ର ମୁହଁ ହୋଇଯାଇପାରେ।

ସମ୍ମାନର ସହ ଲଜ୍ଜିତ କରେଇବା:

ଯଦି କାହାର ମନ୍ତବ୍ୟ ଅଶାଳୀନ ଏବଂ ଆପଣ ଏଥିରେ ଅସହଜ ଅନୁଭବ କରନ୍ତି, ତେବେ ସେହି ବ୍ୟକ୍ତିଙ୍କ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ତାଙ୍କୁ ସମ୍ମାନର ସହ ଲଜ୍ଜିତ କରିବାକୁ ଚେଷ୍ଟା କରନ୍ତୁ। ତାଙ୍କୁ ସିଧାସିଧା କୁହନ୍ତୁ ଯେ ଏହି ମନ୍ତବ୍ୟଟି ଭୁଲ ଥିଲା ଏବଂ ଆପଣଙ୍କ ପରି ବ୍ୟକ୍ତିଙ୍କଠାରୁ ଏହା ଆଶା କରା ନ ଯାଏ। ଏହା ନିଶ୍ଚିର ଭାବେ ତାଙ୍କୁ ଲଜ୍ଜିର କରିବ।

ବୁଦ୍ଧିମାନ ଭାବରେ ଉତ୍ତର ଦେବା:

ଅନେକ ଲୋକ ଖରାପ ମନ୍ତବ୍ୟ ଶୁଣି କ୍ରୋଧିତ ହୋଇଯାଆନ୍ତି ଏବଂ ଆକ୍ରମଣାତ୍ମକ ମନୋଭାବ ପୋଷଣ କରନ୍ତି। ଏପତି କରିବା ଦ୍ୱାରା କୌଣସି ଲାଭ ମିଳେ ନାହିଁ। ଏଭଳି କ୍ଷେତ୍ରରେ ନୀରବ ରହି ନିଜର ବିରୋଧାଭାବକୁ ମଧ୍ୟ ପ୍ରକାଶ କରିହେବ। ପ୍ରତ୍ୟେକ ଖରାପ ମନ୍ତବ୍ୟ ଉପରେ ପ୍ରତିକ୍ରିୟା କରିବାର କୌଣସି ଆବଶ୍ୟକତା ନାହିଁ। ବେଳେବେଳେ ନୀରବତା ଏକ ଶକ୍ତିଶାଳୀ ଅସ୍ତ୍ରଭାବେ କାମ କରେ। ପରେ ଭାବିଚନ୍ତି ପ୍ରତିକ୍ରିୟା କରିପାରିବେ।

ସ୍ପଷ୍ଟୀକରଣ ମାଗିବା:

କେତେକ କ୍ଷେତ୍ରରେ କୌଣସି ମନ୍ତବ୍ୟ ଭୁଲ ବୁଝାମଣା ଯୋଗୁଁ ହୋଇଥାଇପାରେ। ଏପରି ପରିସ୍ଥିତିରେ, ଏହାକୁ ଏଡାଇବା ପାଇଁ ଆପଣ ସ୍ପଷ୍ଟୀକରଣ ମାଗିପାରିବେ। ଆପଣ ସେହି ବ୍ୟକ୍ତିଙ୍କୁ ତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରିବାକୁ କହିପାରିବେ। ଏହି ଉପାୟ କେବଳ ଅନ୍ୟକୁ ସେମାନଙ୍କର ଶବ୍ଦର ପୁନର୍ବିଚାର କରିବାର ସୁଯୋଗ ଦେଇ ନଥାଏ ବରଂ କଥାବାର୍ତ୍ତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/qLNrZdV
Tricks and Tips: ଖରାପ ବ୍ୟବହାରର କିପରି ଦେବେ ଉତ୍ତର, ଜାଣନ୍ତୁ ୬ଟି ଉପାୟ Pramod Behera Tricks and Tips: ଖରାପ ବ୍ୟବହାରର କିପରି ଦେବେ ଉତ୍ତର, ଜାଣନ୍ତୁ ୬ଟି ଉପାୟ Pramod Behera Reviewed by SUBHENDU BARAL on January 05, 2024 Rating: 5

No comments:

Powered by Blogger.