Health Tips: କାଜୁ ଖାଇବାର ୪ଟି ଉପାୟ; ହାଡ ହେବ ଲୁହା ପରି ମଜଭୁତ Pramod Behera

ବୟସ ବଢିବା ସହିତ ହାଡ ଦୁର୍ବଳ ହେବା ଏକ ସ୍ୱାଭାବିକ କଥା। କିନ୍ତୁ ଆଜିକାଲି ଯୁବକମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି। ଏହାର ସବୁଠାରୁ ବଡ କାରଣ ହେଉଛି ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଭୁଲ ଖାଇବା ଅଭ୍ୟାସ। ତେଣୁ, ଏପରି କିଛି ଜିନିଷ ଅଛି ଯାହାକୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଜରୁରୀ। ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଅନେକ ଜିନିଷ ହାଡକୁ ମଜବୁତ କରିବା ପାଇଁ ଥିବାବେଳେ କାଜୁ ସେଥି ମଧ୍ୟରୁ ଗୋଟିଏ।

ଡ୍ରାଏଡ୍ ଫ୍ରୁଟ୍ କାଜୁରେ ପ୍ରୋଟିନ୍, ଫାଇବର, କାର୍ବସ୍, ପୋଟାସିୟମ୍, କ୍ୟାଲ୍‌ସିୟମ୍, ଭିଟାମିନ୍ B6 ଏବଂ ମ୍ୟାଗ୍ନେସିୟମ୍ ଥାଏ, ଯାହା ହାଡକୁ ମଜବୁତ କରିବା ପାଇଁ କାମ କରିଥାଏ। ଯଦିଓ, ଅଧିକାଂଶ ଲୋକ ଏହାକୁ ଖାଇଥା’ନ୍ତି, କିନ୍ତୁ ଏହାକୁ ଖାଇବାର ସଠିକ୍ ଉପାୟ ଜାଣି ନ ଥିବାରୁ ସେମାନେ ଏହାର ଠିକ ଲାଭ ପାଇପାରି ନ ଥାନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

ପାଣିରେ ଭିଜାଇ ଖାଇବା:

ଯଦି ଆପଣ ଦୁର୍ବଳ ହାଡକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ କାଜୁ ବାଦାମକୁ ସାମିଲ କରନ୍ତୁ। ଏଥିପାଇଁ ଆପଣଙ୍କୁ ୬-୭ଟି କାଜୁକୁ ଏକ କପ୍ ପାଣିରେ ଭିଜାଇ ରାତିସାରା ରଖିବାକୁ ପଡିବ। ପରଦିନ ସକାଳେ ଏହାକୁ ଖାଲି ପେଟରେ ଖାଇବାକୁ ପଡିବ। ବାସ୍ତବରେ, ଭିଜାଇଥିବା କାଜୁ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱକୁ ଶରୀର ସହଜରେ ଗ୍ରହଣ କରିଥାଏ।

କ୍ଷୀରରେ ଭିଜାଇ ଖାଇବା:

କ୍ଷୀରରେ ଭିଜାଯାଇଥିବା କାଜୁ ବାଦାମର ବ୍ୟବହାର ହାଡର ଦୁର୍ବଳତାକୁ ଦୂରକରିବା ପାଇଁ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ। ବାସ୍ତବରେ କ୍ଷୀରକୁ କ୍ୟାଲ୍‌ସିୟମ୍‌ର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ, ଯାହା ହାଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ, କାଜୁ ବାଦାମରେ ଥିବା ଭିଟାମିନ୍ K ଏବଂ B6 ମଧ୍ୟ ହାଡ ଏବଂ ଗଣ୍ଠି ଯନ୍ତ୍ରଣାରେ ଆରାମ ଦେଇପାରେ। ଏଥିପାଇଁ ୬-୭ଟି କାଜୁକୁ ଏକ ଗ୍ଲାସ କ୍ଷୀରରେ ରାତିସାରା ଭିଜାନ୍ତୁ ଏବଂ ପରଦିନ ସକାଳେ ଉଭୟ କ୍ଷୀର ଏବଂ କାଜୁକୁ ଖାଆନ୍ତୁ।

ସ୍ମୁଦୀରେ ମିଶ୍ରଣ କରି ଖାଇବା:

ଆପଣ ଏହାକୁ ସ୍ମୁଦୀରେ ମିଶାଇ ମଧ୍ୟ ପିଇପାରିବେ। ସ୍ମୁଦୀରେ ମିଶ୍ରିତ ୫-୬ଟି ଗ୍ରାଇଣ୍ଡ୍ କାଜୁ ଖାଇବା ଦ୍ୱାରା ଦୁର୍ବଳ ହାଡକୁ ଆରାମ ମିଳିଥାଏ। ଏହା କରିବା ଦ୍ୱାରା କେବଳ ହାଡ ମଜବୁତ ହୁଏ ନାହିଁ, ବରଂ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳେ। ତେବେ ଏହାକୁ ନିୟମିତ ଖାଇବା ଜରୁରୀ।

ଅନ୍ୟାନ୍ୟ ଡ୍ରାଏ ଫ୍ରୁଟ୍ ସହିତ:

ଆପଣ ବାଦାମ, କିସ୍‌ମିସ୍ ଏବଂ ଅଖ୍‌ରୋଟ୍ ସହିତ ମିଶାଇ କାଜୁ ଖାଇପାରିବେ। ଏଥିପାଇଁ ୨-୩ଟି ବାଦାମ, ୪-୫ଟି କିସ୍‌ମିସ୍, ୧ଟି ଅଖରୋଟ୍ ଏବଂ ୩-୪ଟି କାଜୁ ବାଦାମକୁ ପାଣିରେ ଭିଜାଇ ରଖନ୍ତୁ। ସକାଳୁ ଉଠିବା ପରେ ଏସବୁକୁ ଏକାଠି ଖାଆନ୍ତୁ। ଏହା କରିବା ଦ୍ୱାର ସମସ୍ତ ଡ୍ରାଏ ଫ୍ରୁଟ୍‌ର ଲାଭ ମିଳିବ। ଏସବୁକୁ ଏକାଠି ଖାଇବା ଦ୍ୱାରା ହାଡ ଦୃଢ ହୋଇଥାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/3CYw5eH
Health Tips: କାଜୁ ଖାଇବାର ୪ଟି ଉପାୟ; ହାଡ ହେବ ଲୁହା ପରି ମଜଭୁତ Pramod Behera Health Tips: କାଜୁ ଖାଇବାର ୪ଟି ଉପାୟ; ହାଡ ହେବ ଲୁହା ପରି ମଜଭୁତ Pramod Behera Reviewed by SUBHENDU BARAL on January 06, 2024 Rating: 5

No comments:

Powered by Blogger.