ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର । Kanak News

କନକ ବ୍ୟୁରୋ: ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଏକାଧିକ ଯାତ୍ରୀ ଗୁରୁତର । ଆହତ ମାନଙ୍କୁ ପ୍ରଥମେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣଙ୍କ ବସ ଡ୍ରାଇଭର କାଳିଆ ଗୌଡ ବୋଲି ପରିଚୟ ମିଳିଛି ।

ଭୁବନେଶ୍ୱରରୁ କାଲିମେଳା ଅଭିମୁଖେ ଯାଉଥିବା ‘ଦିଲଖୁସ’ ବସକୁ ଢଉଗାଁ ନିକଟରେ ସମ୍ମୁଖରୁ ଆସୁଥିବା ‘ହ୍ୱାଇଟ ହର୍ସ’ ବସ ମୁହାଁମୁହିଁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ‘ଦିଲଖୁସ’ ବସର ଡ୍ରାଇଭର କାଳିଆ ଗୌଡଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉଦ୍ଧ୍ୱର୍ ଯାତ୍ରୀ ଗୁରୁତର ହୋଇଛନ୍ତି । ଦମକଳ ବାହିନୀ ସହାୟତାରେ ଆହତ ମାନଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଥିବା ସୂଚନା ମିଳିଛି ।

The post ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର । first appeared on Kanak News.



from Kanak News https://ift.tt/iA2f3mM https://ift.tt/p7nOiTl
ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର । Kanak News ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର । Kanak News Reviewed by SUBHENDU BARAL on January 05, 2024 Rating: 5

No comments:

Powered by Blogger.