Lal Bahadur Shastri Death Anniversary: କିପରି ହେଲା ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦେହାନ୍ତ… Pramod Behera

ଯେତେବେଳେ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦେହାନ୍ତ ହେଲା, ତାଙ୍କ ପରେ ସ୍ୱାଧୀନ ଭାରତର କ୍ଷମତା କିଏ ଗ୍ରହଣ କରିବ? ଦେଶର ପ୍ରତ୍ୟେକ ବ୍ୟକ୍ତି ଏହି ପ୍ରଶ୍ନରେ ଆନ୍ଦୋଳିତ ହେଉଥିବା ବେଳେ ଦୁଇ ସପ୍ତାହ ପରେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଭାରତର ପରବର୍ତ୍ତୀ ବା ଦ୍ୱିତୀୟ ପ୍ରଧାନମନ୍ତ୍ରୀ କରାଯାଇଥିଲା। ସେ ପର୍ଯ୍ୟନ୍ତ ଲୋକମାନେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଭାରତର ପୂର୍ବତନ ଗୃହମନ୍ତ୍ରୀ ଭାବରେ ଜାଣିଥିଲେ।

ସେ ଦେଶର ସ୍ୱାଧୀନତା ପାଇଁ ସ୍ୱତନ୍ତ୍ରତା ସଂଗ୍ରାମରେ ଭାଗ ନେଇଥିଲେ। ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସେ ପାଠପଢା ଛାଡି ସ୍ୱାଧୀନତା ସଂଗ୍ରାମର ରାସ୍ତାରେ ଚାଲିବା ଆରମ୍ଭ କରିଥିଲେ ଏବଂ ୧୭ ବର୍ଷ ବୟସରେ ପ୍ରଥମ ଥର ପାଇଁ ଜେଲ୍‌ ଯାଇଥିଲେ। ତାଙ୍କର ସରଳତାର ଅନେକ କାହାଣୀ ରହିଛି।

ଆଜି ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ବାର୍ଷିକୀ। ୧୧ ଜାନୁଆରୀ ୧୯୬୬ରେ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ଆଜି ପର୍ଯ୍ୟନ୍ତ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ତେବେ ଆଜି ତାଙ୍କ ପୁଣ୍ୟତିଥି ଅବସରରେ ଆସନ୍ତୁ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସହିତ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ନଜର ପକେଇ ନେବା।

ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ:

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ ହିଁ ଲାଲ ବାହାଦୂର ଶାସ୍ତ୍ରୀ ଜନ୍ମ ହୋଇଥିଲେ। ୨ ଅକ୍ଟୋବର ୧୯୦୪ ରେ ଉତ୍ତରପ୍ରଦେଶର ମୁଗଲସରାଇରେ ଜନ୍ମଗ୍ରହଣ କରିଥିବା ଶାସ୍ତ୍ରୀଙ୍କୁ ତାଙ୍କ ପିଲାଦିନରେ ସମସ୍ତେ ନହ୍ନେ ବୋଲି ଡାକୁଥିଲେ।

ତାଙ୍କୁ ଯେତେବେଳେ ମାତ୍ର ଦେଢ ବର୍ଷ ହୋଇଥିଲା ତାଙ୍କର ପିତୃ ବିୟୋଗ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ମାମୁଁଙ୍କ ସହ ରହିବାକୁ ପଠାଗଲା। ସେ ପାଠ ପଢିବା ପାଇଁ ମାଇଲ୍ ମାଇଲ୍ ବାଟ ପାଦରେ ଚାଲି ଚାଲି ଯାଉଥିଲେ। କିନ୍ତୁ ଦେଶର ସ୍ୱାଧୀନତା ପାଇଁ ଲଢିବାକୁ ନିଷ୍ପତ୍ତି ନେଇଥିବା ଶାସ୍ତ୍ରୀ ୧୬ ବର୍ଷ ବୟସରେ ପାଠପଢା ଛାଡିଥିଲେ। ସେ ୧୭ ବର୍ଷ ବୟସରେ ଜେଲ୍‌ ଯାଇଥିଲେ କିନ୍ତୁ ନାବାଳକ ଥିବାରୁ ତାଙ୍କୁ ମୁକ୍ତ କରାଯାଇଥିଲା।

ଶାସ୍ତ୍ରୀଜୀଙ୍କର ନମ୍ରତାର କାହାଣୀ:

ପ୍ରଧାନମନ୍ତ୍ରୀ ହେବା ପରେ ଶାସ୍ତ୍ରୀଜୀ କୌଣସି ଏକ ରାଜ୍ୟ ଗସ୍ତ କରିବାର ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଯାତ୍ରା ବାତିଲ କରିବାକୁ ପଡିଲା। ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ଶାସ୍ତ୍ରୀଜୀଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ରହିବା ପାଇଁ ପ୍ରଥମ ଶ୍ରେଣୀ ବ୍ୟବସ୍ଥା କରାଯାଇଛି। ଏହା ଜାଣି ଶାସ୍ତ୍ରୀଜୀ ତାଙ୍କୁ କହିଥିଲେ ଯେ ସେ ଜଣେ ତୃତୀୟ ଶ୍ରେଣୀର ବ୍ୟକ୍ତି, ତାଙ୍କ ପାଇଁ ପ୍ରଥମ ଶ୍ରେଣୀ ବ୍ୟବସ୍ଥାର ଆବଶ୍ୟକତା କ’ଣ?

ଶାସ୍ତ୍ରୀଙ୍କ ସଚ୍ଚୋଟତା:

ଶାସ୍ତ୍ରୀଜୀଙ୍କ ପୁଅ ଥରେ ତାଙ୍କ ଅଫିସ୍ କାର୍ ବ୍ୟବହାର କରିବାରୁ ଶାସ୍ତ୍ରୀଜୀ କାରର ବ୍ୟକ୍ତିଗତ ବ୍ୟବହାର ପାଇଁ ସରକାରୀ ଆକାଉଣ୍ଟରେ ସମ୍ପୂର୍ଣ୍ଣ ରାଶି ପ୍ରଦାନ କରିଥିଲେ।

ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କର ନା କୌଣସି ଘର ଥିଲା ନା କୌଣସି ଜାଗାବାଡି। ତାଙ୍କ ନାମରେ କେବଳ ଏକ ଲୋନ୍ ଥିଲା, ଯାହା ସେ ପ୍ରଧାନମନ୍ତ୍ରୀ ହେବା ପରେ ଫିଏଟ୍ କାର୍‌ କିଣିବାକୁ ସରକାରଙ୍କଠାରୁ ନେଇଥିଲେ। ଶାସ୍ତ୍ରୀଜୀଙ୍କର ମୃତ୍ୟୁ ପରେ ଯେତେବେଳେ ତାଙ୍କ ପରିବାରକୁ ଋଣ ପରିଶୋଧ କରିବାକୁ କୁହାଯାଇଥିଲା, ସେମାନେ ପରିବାରକୁ ମିଳୁଥିବା ପେନସନରୁ ଋଣ ପରିଶୋଧ କରିଥିଲେ।

ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ:

୧୧ ଜାନୁଆରୀ ୧୯୬୬ରେ ଲାଲ ବାହାଦୂର ଶାସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଉଜବେକିସ୍ତାନର ତାସ୍‌କେଣ୍ଟରେ ଶାସ୍ତ୍ରୀଜୀଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ଭାରତ-ପାକିସ୍ତାନ ଯୁଦ୍ଧ ପରବର୍ତ୍ତି ପରିସ୍ଥିତି ସମ୍ପର୍କରେ ଏକ ଚୁକ୍ତିନାମା କରିବାକୁ ଶାସ୍ତ୍ରୀଜୀ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନଙ୍କୁ ଭେଟିବା ପାଇଁ ତାସ୍‌କେଣ୍ଟ ଯାଇଥିଲେ। ବୈଠକର କିଛି ଘଣ୍ଟା ପରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପୂର୍ଣ୍ଣ ଭଲ ଥିଲା। କିନ୍ତୁ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଇଥିଲା।

କେବଳ ଏତିକି ନୁହେଁ, ଯେତେବେଳେ ତାଙ୍କ ମୃତଦେହ ଭାରତକୁ ଅଣାଯାଇଥିଲା, ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। କିନ୍ତୁ ତାଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରିବାକୁ ବସିଥିବା ରାଜନାରାୟଣ ଅନୁସନ୍ଧାନ କମିଟି କୌଣସି ବୈଧ ଫଳାଫଳ ଦେଇ ନ ଥିଲା। ସଂସଦୀୟ ଲାଇବ୍ରେରୀରେ ମଧ୍ୟ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟର କୌଣସି ରେକର୍ଡ ନାହିଁ।



from Latest Odisha News, Breaking News Today | Top Updates on Corona - OTV News https://ift.tt/BLQH6CY
Lal Bahadur Shastri Death Anniversary: କିପରି ହେଲା ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦେହାନ୍ତ… Pramod Behera Lal Bahadur Shastri Death Anniversary: କିପରି ହେଲା ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦେହାନ୍ତ… Pramod Behera Reviewed by SUBHENDU BARAL on January 10, 2024 Rating: 5

No comments:

Powered by Blogger.