ରାମ ମନ୍ଦିରରେ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ । ଆଜି ଗର୍ଭଗୃହରେ ରାମଲଲାଙ୍କ ଶ୍ୟାମଳ ମୂର୍ତ୍ତି ହେବ ସ୍ଥାପନ ।ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହରେ ପୂଜାର୍ଚ୍ଚନା । Kanak News

କନକ ବ୍ୟୁରୋ: ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟା ସହର । ପ୍ରାଣ ପ୍ରତିଷ୍ଠା ପୂଜାର ଦ୍ୱିତୀୟ ଦିନରେ ମନ୍ଦିରରେ ପୁରୁଷୋତମଙ୍କ ଶ୍ୟାମଳ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ ହୋଇଛି । ଆଜି ଗର୍ଭଗୃହରେ ରାମ ଲଲାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯିବ । ପ୍ରଭୁ ଶ୍ରୀରାମଙ୍କ ନବନିର୍ମିତ ପ୍ରତିମୂର୍ତି ୫୧ ଇଂଚର ଶ୍ୟାମଳ ରଙ୍ଗର ମୂର୍ତ୍ତି । ଆଜି ଦ୍ୱିପ୍ରହରରେ ମନ୍ଦିରର ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ । ଏହାପୂର୍ବରୁ ରାମ ଲଲାଙ୍କ ଆସନ ମଧ୍ୟ ତିଆରି ସରିଛି ।

ରାମଲଲାଙ୍କ ଆସନ ୩ ଦଶମିକ ୪ଫୁଟ ଉଚ୍ଚ ରହିଛି । ଯାହାକୁ ମକରାନା ପଥରରେ ତିଆରି କରାଯାଇଛି । ଶ୍ରୀରାମଙ୍କ ମୂର୍ତ୍ତି ମନ୍ଦିର ପ୍ରବେଶ ପୂର୍ବରୁ ପୁରା ରାମ ମନ୍ଦିରକୁ ଫୁଲରେ ସଜ୍ଜା ଯାଇଥିଲା । ଗେଟରୁ ଆରମ୍ଭ କରି ମନ୍ଦିର ପରିସର ଯାଏଁ ସରଜୁ ନଦୀର ପାଣି ଧୁଆଯାଇଥିଲା । ଏହାପରେ ପୂଜାର୍ଚ୍ଚନା କରେ କ୍ରେନ ସାହାଯ୍ୟରେ ପ୍ରତିମୂର୍ତ୍ତିକୁ ମନ୍ଦିର ପ୍ରବେଶ କରାଯାଇଛି । ବୁଧବାର ସକାଳେ ଶ୍ରୀରାମଙ୍କ ପ୍ରତୀକ ମୂର୍ତ୍ତିକୁ ମନ୍ଦିର ପରିକ୍ରମା କରାଯାଇଥିଲା ।

The post ରାମ ମନ୍ଦିରରେ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ । ଆଜି ଗର୍ଭଗୃହରେ ରାମଲଲାଙ୍କ ଶ୍ୟାମଳ ମୂର୍ତ୍ତି ହେବ ସ୍ଥାପନ ।ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହରେ ପୂଜାର୍ଚ୍ଚନା । first appeared on Kanak News.



from Kanak News https://ift.tt/L9iwHl0 https://ift.tt/MhKBDpP
ରାମ ମନ୍ଦିରରେ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ । ଆଜି ଗର୍ଭଗୃହରେ ରାମଲଲାଙ୍କ ଶ୍ୟାମଳ ମୂର୍ତ୍ତି ହେବ ସ୍ଥାପନ ।ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହରେ ପୂଜାର୍ଚ୍ଚନା । Kanak News ରାମ ମନ୍ଦିରରେ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ । ଆଜି ଗର୍ଭଗୃହରେ ରାମଲଲାଙ୍କ ଶ୍ୟାମଳ ମୂର୍ତ୍ତି ହେବ ସ୍ଥାପନ ।ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହରେ ପୂଜାର୍ଚ୍ଚନା । Kanak News Reviewed by SUBHENDU BARAL on January 17, 2024 Rating: 5

No comments:

Powered by Blogger.