ରିଲିଜ୍ ହୋଇଛି ଦଶଦ୍ଧିର ସବୁଠୁ ବଡ଼ ଫିଲ୍ମର ଟ୍ରେଲର। ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି। ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଆସୁଛନ୍ତି ପାନ୍ ଇଣ୍ଡିଆର ସୁପର୍ଷ୍ଟାର୍ ୟଶ୍ । କେଜିଏଫ୍-୨ର ଟ୍ରେଲର ଏବେ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି। ୟଶ୍ଙ୍କ ଆକ୍ସନ୍, ସଞ୍ଜୟ ଦତ୍ତଙ୍କ ଡାଇଲଗ୍, ରବିନାଙ୍କ ଦମଦାର ଆପେରିଅନ୍ସ, ଫ୍ୟାନ୍ଙ୍କ ମନରେ ଉତ୍କଣ୍ଠା ବଢ଼ାଇଛି।
ଆକ୍ସନ୍, ଫାଇଟ୍, ଡାଇଲଗ୍, ଯାହା ଦର୍ଶକଙ୍କୁ ଆବଶ୍ୟକ, ଯାହାକୁ ଅପେକ୍ଷା କରିଥିଲେ ଫ୍ୟାନ୍, ସେସବୁକୁ ନେଇ ପୁଣି ଥରେ ବଡ଼ ପରଦାକୁ ଆସୁଛନ୍ତି ପାନ୍ ଇଣ୍ଡିଆର ସବୁଠୁ ବଡ଼ ଷ୍ଟାର୍ ୟଶ୍। ରିଲିଜ୍ ହୋଇଛି ଏହି ଦଶଦ୍ଧିର ବହୁ ପ୍ରତିକ୍ଷିତ ସିନେମା କେଜିଏଫ୍-୨ର ଟ୍ରେଲର। ରକି ଭାଇ, ଯେଉଁ ନାଁ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ତାଙ୍କର ବେମିଶାଲ୍ ଆକ୍ଟିଂକୁ ସିଲଭର ସ୍କ୍ରିନ୍ରେ ଦେଖିବେ ଦର୍ଶକ ଏଥର ଅଧିକ ପାୱାର ଆଉ ଅଧିକ ଏକ୍ସାଇଟ୍ମେଣ୍ଟ୍ ସହ।
ଖାଲି ରକି ଭାଇ ନୁହେଁ ଏଥର ଚାଲିବା ଅଧିରା ରାଜ୍, ସଞ୍ଜୁ ବାବାଙ୍କ ଏହି ରଫ୍ ଆଣ୍ଡ ଟଫ୍ ଲୁକ୍ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି। ରବିନା ଟଣ୍ଡନ୍, ପ୍ରକାଶ ରାଜ୍, ଦୀପା ହେଗ୍ଡେ ଭଳି ଭେଟେରାନ୍ଙ୍କୁ ଏକାସଙ୍ଗେ ଗୋଟିଏ ଫ୍ରେମରେ ଦେଖିବେ ଦର୍ଶକା
ବେଙ୍ଗାଲୁରୁରେ କେଜିଏଫ୍-୨ ଟ୍ରେଲର ଲଞ୍ଚ୍ ପାଇଁ ଗ୍ରାଣ୍ଡ୍ ଆୟୋଜନ ହୋଇଥିଲ। ଏଥିରେ ୟଶ୍, ସଞ୍ଜୟଙ୍କ ସମେତ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ, ପ୍ରଯୋଜକ କରନ୍ ଜୋହର୍ ସାମିଲ ହୋଇଥିଲେ। ଦମଦାର ଆକ୍ସନ୍, ଫାଇନେଷ୍ଟ ଲୁକ୍, ଏକ୍ ସେ ବଡ୍କର୍ ଏକ୍ ଡାଇଲଗ୍ କେଜିଏଫ୍ର ୟୁଏସ୍ପି।
୨୦୧୮ରେ ପ୍ରଥମ ପାର୍ଟ ରିଲିଜ୍ ହୋଇ ବକ୍ସ ଅଫିସ୍କୁ ଦୋହଲାଇଥିଲା। କନ୍ନଡ଼ ଫିଲ୍ମ ୨୫୦ କୋଟିର ବିଜ୍ନେସ୍ କରି ବଲିଉଡ୍କୁ ଚ୍ୟାଲେଞ୍ଜ୍ ଦେଇଥିଲା। ୟଶ୍ଙ୍କୁ ଦକ୍ଷିଣ ଭାରତ ଅପେକ୍ଷା ହିନ୍ଦୀ ଭାଷାଭାଷିରେ ଅଧିକ ଫ୍ୟାନ୍ ପସନ୍ଦ କରିଛନ୍ତି।
ତେଣୁ ପୂର୍ବ ଥର ଭଳି ଏଥର ବି କନ୍ନଡ଼, ତେଲୁଗୁ, ତାମିଲ, ହିନ୍ଦୀ ଭାଷାରେ ଫିଲ୍ମକୁ ରିଲିଜ୍ କରାଯିବ। ଅପ୍ରେଲ ୧୪ରେ ଫିଲ୍ମ ରିଲିଜ୍ ହେବ। ତେବେ ସମୟ ଯେତେ ପାଖଉଛି ଫ୍ୟାନ୍ଙ୍କ ହାର୍ଟବିଟ୍ ବି ସେତେ ବଢ଼ୁଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/5SRoTyP
Reviewed by SUBHENDU BARAL
on
March 27, 2022
Rating:
No comments: