ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଅଯୋଧ୍ୟାନଗରୀ । ବେଦପାଠ ଓ ମନ୍ତ୍ର ଉଚ୍ଚାରଣ ସହ ଆରମ୍ଭ ପ୍ରାୟଶ୍ଚିତ ପୂଜା । ଜାଣନ୍ତୁ ପୁରା କାର୍ଯ୍ୟସୂଚୀ । Kanak News

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମିରେ ନିର୍ମିତ ଭବ୍ୟ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଐତିହାସିକ ମୁହୂର୍ତ୍ତକୁ ଆଉ ମାତ୍ର ୪ଦିନ ବାକି ଥିବା ବେଳେ ପ୍ରାଣ ପ୍ରତିଷ୍ଠା ବିଧି ଆରମ୍ଭ ହୋଇଛି । ପ୍ରାୟଶ୍ଚିତ ପୂଜାରୁ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ରାମମୟ ହୋଇଛି ଅଯୋଧ୍ୟାନଗରୀ । ପୁରୋହିତ ମାନଙ୍କ ମନ୍ତ୍ରୋଚ୍ଚାରଣ, ବେଦପାଠରେ ପୁରା ଅଯୋଧ୍ୟାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଅଯୋଧ୍ୟାରେ ଅଦିନିଆ ଦୀପାବଳିର ମାହୋଲ ଦେଖିବାକୁ ମିଳିଛି । ସରଜୁ ଘାଟ ସମେତ ବିଭିନ୍ନ ସ୍ଥାନରେ ଦୀପ ଜାଳି ଉତ୍ସବ ମନାଉଛନ୍ତି ରାମଭକ୍ତ ।

ମଙ୍ଗଳବାର ଠାରୁ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରାକ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି, ୨୨ତାରିଖରେ କରାଯିବ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ୨୧ତାରିଖ ଯାଏ ରାମ ଲାଲାଙ୍କ ବିଭନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ଯ୍ର୍ୟକ୍ରମ ମାନ ଅନୁଷ୍ଠିତ ହେବ । ୨୨ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ଅନୁଷ୍ଠିତ ହେବ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ । ପଣ୍ଡିତ ଲକ୍ଷ୍ମୀକାନ୍ତ ଦିକ୍ଷିତଙ୍କ ତତ୍ୱାବଧାନରେ ଶୁଭକାର୍ଯ୍ୟ ସମ୍ପାଦିତ ହେବାକୁ ଥିବା ବେଳେ ଏହି ସମୟରେ ଗର୍ଭଗୃହରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ, ନିତ୍ୟ ଗୋପାଳ ଜି ମହାରାଜ ଏବଂ ରାଜ୍ୟପାଳ ଆନନ୍ଦିବେନ ପଟେଲ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାରତୀୟ ଆଧ୍ୟତ୍ମିକତା ଜଗତ, ବିବିଧ ଧାର୍ମିକ ପରମ୍ପରା , ଉପାସନା ବ୍ୟବସ୍ଥା ଏବଂ ୧୫୦ରୁ ଅଧିକ ପନ୍ଥିର ସନ୍ଥଙ୍କ ସମେତ ଦେଶର ୫୦ରୁ ଉଦ୍ଧ୍ୱର୍ ଆଦିବାସୀ, ଗିରିବାସୀ, ଦ୍ୱୀପବାସୀଙ୍କ ପ୍ରତିନିଧି ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ଦେଖବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

The post ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଅଯୋଧ୍ୟାନଗରୀ । ବେଦପାଠ ଓ ମନ୍ତ୍ର ଉଚ୍ଚାରଣ ସହ ଆରମ୍ଭ ପ୍ରାୟଶ୍ଚିତ ପୂଜା । ଜାଣନ୍ତୁ ପୁରା କାର୍ଯ୍ୟସୂଚୀ । first appeared on Kanak News.



from Kanak News https://ift.tt/F7gSAsJ https://ift.tt/nta3BAW
ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଅଯୋଧ୍ୟାନଗରୀ । ବେଦପାଠ ଓ ମନ୍ତ୍ର ଉଚ୍ଚାରଣ ସହ ଆରମ୍ଭ ପ୍ରାୟଶ୍ଚିତ ପୂଜା । ଜାଣନ୍ତୁ ପୁରା କାର୍ଯ୍ୟସୂଚୀ । Kanak News ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଅଯୋଧ୍ୟାନଗରୀ । ବେଦପାଠ ଓ ମନ୍ତ୍ର ଉଚ୍ଚାରଣ ସହ ଆରମ୍ଭ ପ୍ରାୟଶ୍ଚିତ ପୂଜା । ଜାଣନ୍ତୁ ପୁରା କାର୍ଯ୍ୟସୂଚୀ । Kanak News Reviewed by SUBHENDU BARAL on January 16, 2024 Rating: 5

No comments:

Powered by Blogger.