ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ହ୍ୟାଣ୍ଡେଲ୍ରେ ଏକ ଟ୍ୱିଟ୍ରେ ତ୍ରୁଟି ଦେଖିବାକୁ ମିଳିଛି। ଶେଆର୍ ହୋଇଥିବା ଏହି ଟ୍ୱିଟ୍ରେ ଡିଜିପି ଅଭୟଙ୍କ ବଦଳରେ ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ଫଟୋ ପୋଷ୍ଟ ହୋଇଥିବା ନଜର ଆସିଥିଲା।
ଘଟଣାଟି ହେଲା….
ଡିଜିପି ଅଭୟ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ଖବର ଟ୍ୱିଟ୍ କରାଯାଇଥିଲା। ଡିଜିପି ଅଭୟ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ବିରୋଧୀ ଅପରେସନର ସମୀକ୍ଷା କରିବା ସହ ଗୁରୁପ୍ରିୟା ସେତୁର ସୁରକ୍ଷା ନେଇ ସମୀକ୍ଷା କରିଥିବା କଥା ମଧ୍ୟ ଟ୍ୱିଟ୍ରେ ଉଲ୍ଲେଖ କରାଯାଇଥିଲା। ହେଲେ ଏହି ଟ୍ୱିଟ୍ରେ ଡିଜିପି ଅଭୟଙ୍କ ଫଟୋ ବଦଳରେ ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ଫଟୋ ପୋଷ୍ଟ କରାଯାଇଥିଲା।
ତେବେ ଟ୍ୱିଟ୍କୁ ପୋଷ୍ଟ କରାଯିବାର କିଛି ଘଣ୍ଟା ପରେ ଏଥିରେ ସଂଶୋଧନ କରଯାଇଥିଲା। ବିଜୟ ଶର୍ମାଙ୍କ ଫଟୋକୁ ହଟାଯାଇ ଡିଜିପି ଅଭୟଙ୍କ ଫଟୋ ପୋଷ୍ଟ କରାଯାଇଥିଲା।
from OTV Khabar. https://ift.tt/36R9lAz
No comments: