Vastu Tips: ଏହି ଦିନଗୁଡିକରେ ଆରମ୍ଭ କରନ୍ତୁ ଗୃହ ନିର୍ମାଣ; ଆସିବ ନାହିଁ ସମସ୍ୟା Saroj Kumar Maharana

ମନୁଷ୍ୟ ଏହି ପ୍ରକୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ଆମ ଦର୍ଶନ ଶାସ୍ତ୍ରରେ ଅଛି ପ୍ରକୃତି ଓ ପୁରୁଷର ମିଳନରେ ଏହି ଜୀବଜଗତର ସୃଷ୍ଟି। ଏଣୁ ପ୍ରକୃତିରେ କୌଣସି ବି ପରିବର୍ତ୍ତନ ହେଲେ ଏହାର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ଏହି ପ୍ରକୃତିର ସୂର୍ଯ୍ୟ, ଚନ୍ଦ୍ର ଏବଂ ଅନ୍ୟ ଗ୍ରହ, ନକ୍ଷତ୍ର ଆଦିଙ୍କର ବିକିରଣ ରଶ୍ମି ମନୁଷ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ।

ଯେହେତୁ ମନୁଷ୍ୟ ଶରୀର ପ୍ରକୃତିର ପାଞ୍ଚତତ୍ତ୍ୱ (ପୃଥିବୀ, ଆକାଶ, ଜଳ, ବାୟୁ ଓ ଅଗ୍ନି) ଦ୍ୱାରା ଗଢ଼ା ଏଣୁ ପ୍ରକୃତିର ପରିବର୍ତ୍ତନ ଦ୍ୱାରା ଏହି ପଞ୍ଚତତ୍ତ୍ୱ ପ୍ରଭାବିତ ହୋଇଥାଏ ଏବଂ ଏହି ପ୍ରକୃତିର ପଞ୍ଚତତ୍ତ୍ୱ, ମଣିଷ ଶରୀରର ପଞ୍ଚତତ୍ତ୍ୱ ଉପରେ ସକାରାତ୍ମକ କିମ୍ବା ନକାରାତ୍ମକ ପ୍ରଭାବ ପକାଇଥାଏ।

ମଣିଷ ବଞ୍ଚିବା ବା ଚଳିବା ପାଇଁ ତିନୋଟି ମୁଖ୍ୟ ଜିନିଷ ଉପରେ ନିର୍ଭର କରିଥାଏ ତାହା ହେଲା ଖାଦ୍ୟ, ବସ୍ତ୍ର ଓ ବାସଗୃହ୍। ଆମେ ଆକାଶ ତତ୍ତ୍ୱକୁ ଏହି ବାସ୍ତୁ ଶାସ୍ତ୍ରରେ ବାସଗୃହକୁ ମୁଖ୍ୟ ଭାବରେ ନେଇ ପ୍ରକୃତିର ବାସଗୃହ ଉପରେ ସକରାତ୍ମକ ପ୍ରଭାବ ପଡ଼ିବା ପାଇଁ ଚେଷ୍ଟା କରୁଛେ ।

ଶୁଭ ପ୍ରଭାବ ପଢିଲେ ହିଁ ଆମେ ବାସଗୃହରେ ରହି ଶୁଭଫଳ ପାଇବା ଅନ୍ୟଥା ଦୁଃଖ ଦୁର୍ଦ୍ଦଶା ଭୋଗ କରିବା। ଏଣୁ ଜ୍ଞାନୀଗୁଣୀ ଲୋକମାନେ ବାସଗୃହ ନିର୍ମାଣ ପୂର୍ବରୁ ବାସ୍ତୁର ସମସ୍ତ ନିୟମ ପାଳନ କରିଥାନ୍ତି। କିନ୍ତୁ ଏବେ ବି ବହୁତ ଲୋକ ବାସ୍ତୁକୁ କେବଳ ରୋଷେଇ ଘର, ଗାଧୁଆ ଓ ପାଇଖାନା ଘର, ଶୟନ କକ୍ଷ ଭିତରେ ସିମିତ ରଖିଛନ୍ତି।

ସେମାନେ ଭାବୁଛନ୍ତି ଅଗ୍ନିକୋଣରେ ରୋଷେଇ ଘର, ଦକ୍ଷିଣ-ପଶ୍ଚିମ କୋଣରେ ଶୟନ ଗୃହ ଏହିପରି ପ୍ଲାନ୍‌ଟିଏ କରି ଗୃହ ନିର୍ମାଣ କରୁଛନ୍ତି ଏବଂ ଯେତେବେଳେ ସମସ୍ୟାରେ ପଡୁଛନ୍ତି ସେତେବେଳେ କୁହନ୍ତି ଆମେ ତ ବାସ୍ତୁ ହିସାବରେ ଗୃହ କରିଛୁ ପୁଣି ଅସୁବିଧା କାହିଁକି ହେଉଛି।

ତେବେ କେଉଁ କୋଣ ଏବଂ କେଉଁ ଦିଗରେ କ’ଣ ରହିବା କଥା ଏହା ଘର ପ୍ଲାନ୍ ଦେଉଥିବା ଇଞ୍ଜିନିୟର ଏବଂ ସାଧାରଣ ଲୋକ ସମସ୍ତେ ଜାଣନ୍ତି। ଏହା ବାସ୍ତୁର ଏକ ମୁଖ୍ୟ କଥା କିନ୍ତୁ ଏହା ସମ୍ପୂର୍ଣ୍ଣ ବାସ୍ତୁ ନୁହେଁ। ଏଣୁ ଶୁଭ ତିଥିର ଜ୍ଞାନ ହେବା ନିହାତି ଆବଶ୍ୟକ। ସୂର୍ଯ୍ୟଙ୍କର ପ୍ରଭାବ ଦ୍ୱାରା ଦିନ ଓ ରାତି ହୋଇଥାଏ। ଚନ୍ଦ୍ରଙ୍କର ପ୍ରଭାବ ଦ୍ୱାରା ପକ୍ଷର ବିଚାର କରାଯାଇଥାଏ। ଅମାବାସ୍ୟାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶୁକ୍ଲପକ୍ଷ ଏବଂ ପୂର୍ଣ୍ଣିମାରୁ ଅମାବାସ୍ୟା ପର୍ଯ୍ୟନ୍ତ କୃଷ୍ଣ ପକ୍ଷ।

ପ୍ରତ୍ୟେକଟି ପକ୍ଷରେ ପନ୍ଦରଟି ତିଥି ହୋଇଥାଏ। ଯାହାର ନାମ ପ୍ରତିପଦା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦସୀ, ତ୍ରୟାଦଶୀ, ଚତୁର୍ଦ୍ଦସୀ ଓ ଶୁକ୍ଲପକ୍ଷରେ ପୂର୍ଣ୍ଣମୀ ତିଥି ଓ କୃଷ୍ଣପକ୍ଷରେ ଅମାବାସ୍ୟା ତିଥି। ଏହି ପ୍ରତ୍ୟେକର ବିଶେଷତା ରହିଛି। ବାସ୍ତୁଶାସ୍ତ୍ରରେ ଗୃହ ନିର୍ମାଣ ଆରମ୍ଭ ପାଇଁ ଶୁଭ ଓ ଅଶୁଭ ତିଥିର ନିର୍ଦ୍ଧାରଣ କରାଯାଇଛି। ସେଗୁଡ଼ିକ ନିମ୍ନରେ ଆପଣଙ୍କର ଅବଗତ ନିମନ୍ତେ ଦିଆଯାଉଛି। ଏହା ଜାଣି ରଖନ୍ତୁ।

ଶୁଭ ତିଥି:

ଦ୍ୱିତୀୟା, ତୃତୀୟା, ଷଷ୍ଠୀ, ସପ୍ତମୀ, ଦଶମୀ, ଏକାଦଶୀ, ଦ୍ୱାଦସୀ, ତ୍ରୟୋଦଶୀ।

ଅଶୁଭ ତିଥି:

ପ୍ରତିପଦା, ଚତୁର୍ଥୀ, ଅଷ୍ଟମୀ, ନବମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା ପ୍ରତିପଦାରେ ଗୃହ ଆରମ୍ଭ କଲେ ଗୃହକର୍ତ୍ତା ଏବଂ ଗୃହବାସୀଙ୍କ ଧନ ଅଭାବ ବା ଦାରିଦ୍ରତା ଆସିଥାଏ ଏବଂ ଗୃହକାମ ଅଧାରୁ ଅଟକି ଯିବାର ସମ୍ଭାବନା ଥାଏ। ଏଣୁ ତିଥିର ବିଚାର କରି ଗୃହ ଆରମ୍ଭ କଲେ ଅଶୁଭ ଫଳ ମିଳି ନ ଥାଏ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)



from Latest Odisha News, Breaking News Today | Top Updates on Corona - OTV News https://ift.tt/XjQfKl8
Vastu Tips: ଏହି ଦିନଗୁଡିକରେ ଆରମ୍ଭ କରନ୍ତୁ ଗୃହ ନିର୍ମାଣ; ଆସିବ ନାହିଁ ସମସ୍ୟା Saroj Kumar Maharana Vastu Tips: ଏହି ଦିନଗୁଡିକରେ ଆରମ୍ଭ କରନ୍ତୁ ଗୃହ ନିର୍ମାଣ; ଆସିବ ନାହିଁ ସମସ୍ୟା Saroj Kumar Maharana Reviewed by SUBHENDU BARAL on January 17, 2024 Rating: 5

No comments:

Powered by Blogger.