ବର୍ଷର ପ୍ରଥମ ଦିନରୁ ମଣିପୁରକୁ ଫେରିଲା କର୍ଫ୍ୟୁ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ, ୫ ଆହତ Kanak News

କନକ ବ୍ୟୁରୋ : ପୁଣି ଅଶାନ୍ତ ହୋଇଛି ମଣିପୁର । ସୋମବାର ସନ୍ଧ୍ୟାରେ ହିଂସାକାଣ୍ଡ ହେବାରୁ ଥୋବାଲ ସମେତ ଇମ୍ଫାଲ ଭ୍ୟାଲିର ୫ଟି ଜିଲ୍ଲାରେ କର୍ଫ୍ୟୁ କଟକଣା ଜାରି କରାଯାଇଛି । ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ଥୋବାଲ ଜିଲ୍ଲା ଲୋଲାଙ୍ଗ ଅଞ୍ଚଳରେ କିଛି ଅଜ୍ଞାତ ବ୍ୟକ୍ତି ସ୍ଥାନୀୟ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ମାଡ କରିଥିଲେ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ଓ ୫ ଜଣ ଆହତ ହୋଇଥିବା ମଣିପୁର ପୋଲିସ ସ୍ପଷ୍ଟ କରିଛି । ଏହାକୁ ନେଇ ଲୋଲାଙ୍ଗ ଅଞ୍ଚଳର ଲୋକ ତାତି ଉଠିଥିଲେ ।

ରାସ୍ତା ଉପରେ ଥିବା ଗାଡି ପୋଡାଜଳା କରିଥିଲେ । ଉତେଜନା ବଢି ହିଂସାକାଣ୍ଡର ରୂପ ନେବା ପରେ ରାଜ୍ୟ ସରକାର ଥୋବାଲ, ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ, କାକଚିଙ୍ଗ ଓ ବିଷ୍ଣୁପୁର ଜିଲ୍ଲାରେ କର୍ଫ୍ୟୁ କଟକଣା ବଳବତର କରାଯାଇଛି । ଫଳରେ ଏବେ ପୁଣି ଇମ୍ଫାଲ ଘାଟିକୁ କର୍ଫ୍ୟୁ କଟକଣା ଫେରିଛି । ସେପଟେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଭିଡିଓ ଜାରି କରି ଥୋବାଲ ବାସିନ୍ଦାଙ୍କୁ ହିଂସାକାଣ୍ଡ ନକରି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଏଥିସହ ଅଭିଯୁକ୍ତମାନେ ଯେଉଁଠି ଥିଲେ ମଧ୍ୟ ଖୋଜି ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଆଗରୁ ଆତ୍ମସମର୍ପଣ କରିବାକୁ ଅଭିଯୁକ୍ତମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

The post ବର୍ଷର ପ୍ରଥମ ଦିନରୁ ମଣିପୁରକୁ ଫେରିଲା କର୍ଫ୍ୟୁ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ, ୫ ଆହତ first appeared on Kanak News.



from Kanak News https://ift.tt/1x7nf09 https://ift.tt/QgGK7zq
ବର୍ଷର ପ୍ରଥମ ଦିନରୁ ମଣିପୁରକୁ ଫେରିଲା କର୍ଫ୍ୟୁ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ, ୫ ଆହତ Kanak News ବର୍ଷର ପ୍ରଥମ ଦିନରୁ ମଣିପୁରକୁ ଫେରିଲା କର୍ଫ୍ୟୁ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ, ୫ ଆହତ Kanak News Reviewed by SUBHENDU BARAL on January 01, 2024 Rating: 5

No comments:

Powered by Blogger.