International Mind Body Wellness Day: ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ୧୦ଟି ଉପାୟ Pramod Behera

ଆଜିର ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ପ୍ରାୟ ସମସ୍ତେ ଏକ ଅସୁସ୍ଥ ଶରୀର ସହିତ ଏକ ଅସନ୍ତୁଳିତ ମନ ନେଇ ଜୀବନ ଜୀଉଛନ୍ତି। ଏନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୩ ତାରିଖରେ ‘ଆନ୍ତର୍ଜାତୀୟ ମନ-ଶରୀର କଲ୍ୟାଣ ଦିବସ’ ପାଳନ କରାଯାଏ।

ଆମର ଭାବନା, ଉଦ୍ଦେଶ୍ୟ, ଆଧ୍ୟାତ୍ମିକତା, ଅଭିଜ୍ଞତା, ଲକ୍ଷ୍ୟ, ବିଶ୍ୱାସ, ଅଭ୍ୟାସ ଏବଂ କାର୍ଯ୍ୟଗୁଡ଼ିକ ମନ-ଶରୀରର ସମନ୍ୱୟ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ସେଥିପାଇଁ ଆମେ ପ୍ରତିବର୍ଷ ଆରମ୍ଭରେ ‘ଆନ୍ତର୍ଜାତୀୟ ମନ-ଶରୀର କଲ୍ୟାଣ ଦିବସ’ ପାଳନ କରୁ, କାରଣ ନିଜକୁ ସର୍ବତମ କରିବା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ। ତେଣୁ ଏନ ନୂତନ ବ୍ୟକ୍ତିଙ୍କ ପାଇଁ ନୂତନ ବର୍ଷ ଅପେକ୍ଷା ଆଉ କ’ଣ ବା ଭଲ ସମୟ ହୋଇପାରେ।

ଉଦ୍ଦେଶ୍ୟ:

  • ସ୍ୱାସ୍ଥ୍ୟ ଉପରେ ମନ-ଶରୀର ସମ୍ପର୍କର ପ୍ରଭାବକୁ ପାଳନ କରିବା ପାଇଁ ‘ଆନ୍ତର୍ଜାତୀୟ ମନ-ଶରୀର କଲ୍ୟାଣ ଦିବସ’ ପ୍ରତିଷ୍ଠା କରାଯାଇଛି।
  • ଏହାର ଉଦ୍ଦେଶ୍ୟ ହେଉଛି ସାମଗ୍ରିକ ସୁସ୍ଥତା ଅଭ୍ୟାସ ବିଷୟରେ ସଚେତନତା ସୃଷ୍ଟି କରିବା।
  • ଏହା ଆୟୁର୍ବେଦ ଏବଂ ପାରମ୍ପାରିକ ଚାଇନିଜ୍ ଔଷଧ ପରି ପ୍ରାଚୀନ ଆରୋଗ୍ୟ ପ୍ରଣାଳୀକୁ ସ୍ୱୀକୃତି ଦେଇଥାଏ।
  • ଏହା ହୋମିଓପାଥି, ହାଇଡ୍ରୋଥେରାପି, କାଇରୋପ୍ରାକ୍ଟିକ୍ ପରି ବିକଳ୍ପ ଚିକିତ୍ସା ପଦ୍ଧତିର ବିକାଶକୁ ଦର୍ଶାଏ
  • ସାମଗ୍ରିକ ସ୍ୱାସ୍ଥ୍ୟରେ ଉଦ୍ଦେଶ୍ୟ, ଆଧ୍ୟାତ୍ମିକତା ଏବଂ ଭାବପ୍ରବଣତାର ଭୂମିକା ଗ୍ରହଣ କରେ।

ଆନ୍ତର୍ଜାତୀୟ ମନ-ଶରୀର କଲ୍ୟାଣ ଦିବସ କ’ଣ:

  • ସାମଗ୍ରିକ କଲ୍ୟାଣ ପାଇଁ ମାନସିକ ସ୍ୱାସ୍ଥ୍ୟ, ଧ୍ୟାନ ଏବଂ ଆତ୍ମ-ଯତ୍ନ ଭଳି ଅଭ୍ୟାସଗୁଡିକୁ ଗୁରୁତ୍ୱ ଦେବା
  • ବ୍ୟକ୍ତିଗତ ଆବଶ୍ୟକତା ଏବଂ ବିଶ୍ୱାସ ଅନୁଯାୟୀ ଏହା ରଣନୀତି ପ୍ରସ୍ତୁତ କରିବାକୁ ଉତ୍ସାହିତ କରେ
  • ଏକ ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ମନ, ଶରୀର ଏବଂ ପ୍ରାଣରେ ସମନ୍ୱୟ ସ୍ଥାପନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ
  • ଏହା ମାଧ୍ୟମରେ ସାମଗ୍ରିକ ସ୍ୱାସ୍ଥ୍ୟ ହାସଲ କରିବା ନେଇ ଏକ ସକରାତ୍ମକ ମାନସିକତା, ଉଦ୍ଦେଶ୍ୟ ଏବଂ ଭାବପ୍ରବଣ ସୁସ୍ଥତାର ଭୂମିକା ଉପରେ ଗୁରୁତ୍ୱ ଦେବା

ଏହି ଦିନ କ’ଣ କରିବେ:

ଧ୍ୟାନ: ମନକୁ ସ୍ଥିର କରିବା ନେଇ ଧ୍ୟାନ କରିବା ସହ ଶ୍ୱାସ ଉପରେ ନିୟନ୍ତ୍ରଣ କରି ଚାପରୁ ମୁକ୍ତି ପାଇବା। ଏହା ମାନସିକ ସ୍ୱଚ୍ଛତାକୁ ବଢାଇଥାଏ ଏବଂ ଚିନ୍ତାକୁ ହ୍ରାସ କରିଥାଏ।

ଯୋଗ ଅଭ୍ୟାସ: ଶରୀରକୁ ନମନୀୟତା, ସନ୍ତୁଳନ ଏବଂ ସାମଗ୍ରିକ ସୁସ୍ଥତା ପାଇଁ ଏକ ଯୋଗ ଅଧିବେଶନରେ ଯୋଗ ଦିଅନ୍ତୁ।

ପ୍ରକୃତି ସହ ଜଡିତ: ଏକ ସୁସ୍ଥ ପ୍ରକୃତି ସହ ନିଜକୁ ଜଡିତ କରନ୍ତୁ ଏବଂ ଏହାକୁ ଉପଭୋଗ କରନ୍ତୁ। ଏହା ମନୋବଳରେ ଉନ୍ନତି ଆଣିଥାଏ, ଚାପକୁ ହ୍ରାସ କରିଥାଏ ଏବଂ ମନକୁ ସତେଜ କରିଥାଏ।

ସକରାତ୍ମକ ଲକ୍ଷ୍ୟ: ନିଜର ଆକାଂକ୍ଷାକୁ ଲେଖନ୍ତୁ। ଏହା ଏକ ସକରାତ୍ମକ ମାନସିକତାକୁ ବିକାଶ କରିବା ସହିତ ଦକ୍ଷତା ଉପରେ ବିଶ୍ୱାସକୁ ଦୃଢ କରେ ଏବଂ ଆତ୍ମବିଶ୍ୱାସ ବଢାଏ।

ପୁଷ୍ଟିକର ରନ୍ଧନ: ଏକ ନୂଆ ସ୍ୱାସ୍ଥ୍ୟକର ରେସିପି ସହିତ ପରୀକ୍ଷଣ କରନ୍ତୁ। ଏହା ଶାରୀରିକ ଜୀବନଶୈଳୀ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିଥାଏ।

କୃତଜ୍ଞତା ନୋଟ୍: ଏକ କୃତଜ୍ଞତା ନୋଟ୍ ସୃଷ୍ଟି କରନ୍ତୁ। ଆପଣ ଯେଉଁ ଜିନିଷ ପାଇଁ ଧନ୍ୟବାଦ ଦେଉଛନ୍ତି ତାହା ଏଥିରେ ଲେଖନ୍ତୁ। ଏହି ଅଭ୍ୟାସ ଜୀବନର ସକାରାତ୍ମକ ପାଇଁ ନୋଜର କୃତଜ୍ଞତାକୁ ବଢାଇଇଥାଏ ଏବଂ ଏକ ସୁସ୍ଥ ଜୀବନ ପାଇଁ ସହାୟକ ହୋଇଥାଏ।

ସ୍କ୍ରିନ୍‌ରୁ ନିଜକୁ ଦୂରେଇ ରଖିବା: ଗୋଟିଏ ଦିନ ପାଇଁ ସମସ୍ତ ପ୍ରକାର ସ୍କ୍ରିନ୍‌ରୁ ନିଜକୁ ଦୂରେଇ ରଖନ୍ତୁ। ଏହା ଡିଜିଟାଲ୍ ଚାପକୁ ହ୍ରାସ କରେ, ଶୋଇବାରେ ଉନ୍ନତି ଆଣେ ଏବଂ ବାସ୍ତବ ଜୀବନକୁ ଉପଭୋଗ କରିବାକୁ ସୁଯୋଗ ଦିଏ।

ଦୟାଳୁ କାର୍ଯ୍ୟ: ଯେକୌଣସି ଦୟାଳୁ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ। ଏହା ନିଜର ଉଦ୍ଦେଶ୍ୟର ଭାବନାକୁ ବଢାଇଥାଏ, ନିଜର ମନୋବଳକୁ ଉନ୍ନତ କରେ ଏବଂ ଭାବପ୍ରବଣତା ସୃଷ୍ଟି କରେ।

ସମଗ୍ର ଉପଚାର: ଆରୋମାଥେରାପି, ଆକ୍ୟୁପେଙ୍କଚର୍, କିମ୍ବା ରେକୀ ଭଳି ବିକଳ୍ପ ଚିକିତ୍ସାକୁ ଆପଣାନ୍ତୁ। ଏହି ଉପାୟଗୁଡ଼ିକ ଆରାମ ଏବଂ ଶାରୀରିକ ସନ୍ତୁଳନକୁ ବଢେଇ ଦିଏ।

ସାମାଜିକ ସଂଯୋଗ: ପରିବାର ଏବଂ ସାଙ୍ଗମାନଙ୍କ ସହିତ ଗୁଣାତ୍ମକ ସମୟ ବିତାନ୍ତୁ। ଦୃଢ ସାମାଜିକ ସମ୍ପର୍କ ଭାବପ୍ରବଣ ସ୍ୱାସ୍ଥ୍ୟରେ ସହାୟକ ହୁଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/DZbUJ1N
International Mind Body Wellness Day: ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ୧୦ଟି ଉପାୟ Pramod Behera International Mind Body Wellness Day: ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ୧୦ଟି ଉପାୟ Pramod Behera Reviewed by SUBHENDU BARAL on January 02, 2024 Rating: 5

No comments:

Powered by Blogger.