ଆଜିକାଲି ୟୁରିକ୍ ଏସିଡ୍ ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଖରାପ ବୋଲି ବିବେଚନା କରାଯାଏ। ଯେତେବେଳେ ଶରୀରରେ ୟୁରିକ୍ ଏସିଡ୍ ବଢିବାରେ ଲାଗେ, ଏହାର ଖରାପ ପ୍ରଭାବ ମଧ୍ୟ ଆମ ଶରୀରରେ ଦେଖାଯିବା ଆରମ୍ଭ କରେ। ୟୁରିକ୍ ଏସିଡ୍ ବୃଦ୍ଧି ହେତୁ କିଛି ଲୋକ ଆଣ୍ଠୁ-ଗଣ୍ଠିର ସମସ୍ୟା ଏବଂ ହାତ ଏବଂ ପାଦରେ ଯନ୍ତ୍ରଣା ଅନୁଭବ କରୁଥିବାବେଳେ ଆଉ କିଛି ଲୋକ ଗୋଡରେ ଫୁଲା, ଥକ୍କା କିମ୍ବା ଗୋଇଠି ଯନ୍ତ୍ରଣା ଅନୁଭବ କରନ୍ତି।
ଯଦି ଆପଣଙ୍କ କ୍ଷେତ୍ରରେ ଏପରି କିଛି ସମସ୍ୟା ଦେଖାଯାଉଛି ଆଉ ଆପଣ ଏନେଇ ଚିନ୍ତିତ ତେବେ ଏହି ଖବର ଆପଣଙ୍କ ପାଇଁ ସ୍ୱତନ୍ତ୍ର। ଆଜି ଆମେ ଆପଣଙ୍କୁ ଏପରି ଏକ ଆୟୁର୍ବେଦିକ ଔଷଧ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ବିନା ଖର୍ଚ୍ଚରେ ଆପଣ ୟୁରିକ୍ ଏସିଡ୍କୁ ସ୍ୱାଭାବିକ କରିପାରିବେ ଏବଂ କୋଲେଷ୍ଟ୍ରଲ୍ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ।
ଆପଣ ସମସ୍ତେ ପିଜୁଳି ଖାଇଥିବେ। ଏହା ଏପରି ଏକ ଫଳ ଯାହା ଖୁବ୍ ସହଜରେ ମିଳିଯାଏ। ଲୋକମାନେ କିନ୍ତୁ ଏହାକୁ ଏକ ସାଧାରଣ ଫଳ ବୋଲି ଭାବନ୍ତି ଏବଂ ଏହାର ଉପକାରକୁ ଅଣଦେଖା ମଧ୍ୟ କରନ୍ତି। ପିଜୁଳିରେ ଥିବା ଗୁଣ ଯୋଗୁଁ ଏହାକୁ ଏକ ସୁପରଫ୍ରୁଟ୍ ମଧ୍ୟ କୁହାଯାଏ। ସଂକ୍ରାମକ ରୋଗ ଏବଂ ପାଟି ରୋଗରୁ ରକ୍ଷା ପାଇବା ପାଇଁ ଡାକ୍ତରମାନେ ସାଧାରଣତ ପିଜୁଳି ଖାଇବାକୁ ପରାମର୍ଶ ଦିଅନ୍ତି।
ଉପକାରୀ ପିଜୁଳି ପତ୍ର:
ପିଜୁଳିରୁ ଭଲ ପରିମାଣର ଭିଟାମିନ୍ C ମିଳିଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହା ବ୍ୟତୀତ ଏଥିରୁ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ମିଳେ। ପିଜୁଳିର ଖାଲି ଫଳ ନୁହେଁ ଏହାର କଞ୍ଚା ସବୁଜ ପତ୍ର ମଧ୍ୟ ବହୁତ ଉପକାରୀ। ଏହାକୁ ଚୋବାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଏହାର ପତ୍ରକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ବଢୁଥିବା ୟୁରିକ୍ ଏସିଡ୍ ମଧ୍ୟ କମିଥାଏ। ଏହା ବ୍ୟତୀତ କୋଲେଷ୍ଟ୍ରଲ ସ୍ତର ମଧ୍ୟ ନିୟନ୍ତ୍ରଣରେ ରୁହେ।
ଏହି ରୋଗଗୁଡିକ ପାଇଁ ରାମବାଣ:
ଆୟୁର୍ବେଦିକ ଚିକିତ୍ସା ଅନୁଯାୟୀ ପିଜୁଳି ପତ୍ର ଅନେକ ଔଷଧୀୟ ଗୁଣରେ ଭରପୂର। ଯେଉଁମାନେ କୋଲେଷ୍ଟ୍ରଲ କିମ୍ବା ଓଜନ ବୃଦ୍ଧି ସମସ୍ୟାରେ ପୀଡିତ ସେମାନଙ୍କ ପାଇଁ ଏହା ରାମବାଣ କରି କାମ କରେ। ଏହି ପତ୍ରରେ ଏପରି ଉପାଦାନ ଥାଏ ଯାହା ୟୁରିକ୍ ଏସିଡ୍ ହ୍ରାସ କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଅନେକ ଫାଇଦା ମିଳେ।
ପତ୍ରରେ ରହିଛି କ’ଣ:
ପିଜୁଳିର ସବୁଜ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ମିଳିଥାଏ। ଏହା ସହିତ ପଲିଫେନୋଲ୍, କାରୋଟେନାଇଡ୍, ଫ୍ଲାଭୋନୋଇଡ୍ ଏବଂ ଟେନିନ୍ ନାମକ ରାସାୟନିକ ପଦାର୍ଥ ଏହି ପତ୍ରରେ ମିଳିଥାଏ, ଯାହା ବିଭିନ୍ନ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ।
କିପରି ଖାଇବେ:
ସକାଳେ ପିଜୁଳି ଗଛ ପାଖକୁ ଯାଇ ସତେଜ ଏବଂ ନରମ ପତ୍ର ତୋଳନ୍ତୁ। ଏହାକୁ ଖାଲି ପେଟରେ ଚୋବେଇ ଚୋବେଇ ଖାଆନ୍ତୁ। ଏହା ବ୍ୟତୀତ ଏହାର ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ମଧ୍ୟ ପିଇପାରିବେ। ଏହା କରିବା ଦ୍ୱାରା ବଢୁଥିବା ୟୁରିକ ଏସିଡ୍ ସ୍ୱାଭାବିକ ହୋଇଯାଏ।
from Latest Odisha News, Breaking News Today | Top Updates on Corona - OTV News https://ift.tt/GnNvtyi
No comments: