Ayodhya Ram Mandir: ଭଗବାନ ରାମ ଯଦି ବିଷ୍ଣୁଙ୍କ ଅବତାର, ଅନ୍ୟ ଭା‍ଇମାନେ କାହାର ଅଂଶ Pramod Behera

ଅଯୋଧ୍ୟାରେ ଭବ୍ୟ ରାମଲାଲାଙ୍କ ମନ୍ଦିର ପ୍ରସ୍ତୁତ। ଜାନୁଆରୀ ୨୨ରେ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହା ନେଇ ସାରା ଦେଶରେ ରହିଛି ଉତ୍ସାହର ବାତାବରଣ। ପ୍ରତ୍ୟେକ ରାମ ଭକ୍ତ ଉତ୍ସାହର ସହିତ ଏହି ଦିନକୁ ଅପେକ୍ଷା କରିଛନ୍ତି। ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆନୁଷ୍ଠାନିକ ପୂଜା ପଦ୍ଧତି ପାଇଁ ପ୍ରସ୍ତୁତି ଚାଲିଛି।

କୁହାଯାଏ ଯେ ମୂଳ ରାମାୟଣ ଋଷି ବାଲ୍ମୀକିଙ୍କ ଦ୍ୱାରା ରଚନା କରାଯାଇଥିଲା। ପରବର୍ତ୍ତୀ ସମୟରେ କିନ୍ତୁ ତୁଳସିଦାସ, ସନ୍ଥ ଏକନାଥ ଭଳି ଅନେକ ସାଧୁ ତଥା ବେଦ ପଣ୍ଡିତ ଏହାର ଅନ୍ୟ ସଂସ୍କରଣ ରଚନା କରିଛନ୍ତି। ପ୍ରତ୍ୟେକ ସଂସ୍କରଣରେ ଭିନ୍ନ ଭିନ୍ନ ଉପାୟରେ ଏହି କାହାଣୀକୁ ବର୍ଣ୍ଣନା କରାଯାଇଥିଲେ ବି ମୌଳିକ ରୂପରେଖ ସମାନ। ବିଶ୍ୱାସ କରାଯାଏ ଯେ ରାମାୟଣର ଘଟଣା ଖ୍ରୀଷ୍ଟପୂର୍ବ ୪ର୍ଥରୁ ୫ମ ଶତାବ୍ଦୀ ମଧ୍ୟରେ ଘଟିଥିଲା।

ତେବେ ସେ ଯାହା ହି ହେଉ, ଭଗବାନ ରାମ ହେଉଛନ୍ତି ଏ ଜାତିରେ ପ୍ରାଣ ଆଉ ପରମ୍ପରା ମଧ୍ୟ। ଏ ସମାଜ ରାମଙ୍କ ଠାରୁ ଜଣେ ଭାଇର ଭଲ ପାଇବା, ଜଣେ ପୁତ୍ରର କର୍ତ୍ତବ୍ୟ, ଜଣେ ପତିର ପ୍ରେମ, ଜଣେ ବନ୍ଧୁର ପ୍ରତିଶ୍ରୁତି, ଜଣେ ରାଜାର ପ୍ରଜା ବତ୍ସଲ୍ୟ ଶିଖିପାରିବ। ଭଗବାନ ରାମଙ୍କୁ ନେଇ ରହିଛି ଅନେକ କଥା ଓ ରହସ୍ୟ। ତେବେ ଆସନ୍ତୁ ଏମିତି ୫ଟି ରହସ୍ୟ ଉପରେ ନଜର ପକେଇ ନେବା।

ରାମାୟଣରେ ଗାୟତ୍ରୀ ମନ୍ତ୍ର:

ଗାୟତ୍ରୀ ମନ୍ତ୍ରରେ ରହିଛି ୨୪ଟି ଅକ୍ଷର। ସେହିପରି ବାଲ୍ମୀକି ରାମାୟଣରେ ଅଛି ୨୪ ହଜାର ଶ୍ଲୋକ। ରାମାୟଣର ପ୍ରତି ଏକ ହଜାର ପଦ ପରେ ଆସୁଥିବା ପ୍ରଥମ ଅକ୍ଷର ଦ୍ୱାରା ଗାୟତ୍ରୀ ମନ୍ତ୍ର ସୃଷ୍ଟି ହୋଇପାରେ। ଏହି ମନ୍ତ୍ର ହେଉଛି ଏହି ପବିତ୍ର ମହାକାବ୍ୟର ସାର କଥା। ଗାୟତ୍ରୀ ମନ୍ତ୍ରକୁ ସର୍ବପ୍ରଥମେ ଋଗ୍‌ବେଦରେ ଉଲ୍ଲେଖ କରାଯାଇଛି।

ରାମ ବିଷ୍ଣୁଙ୍କ ଅବତାର, ଅନ୍ୟ ଭା‍ଇ:

ପୌରାଣିକ କାହାଣୀ ଅନୁସାରେ ଶ୍ରୀରାମ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଏ। ଶ୍ରୀରାମଙ୍କ ଅନ୍ୟ ତିନି ଭାଇ ମଧ୍ୟ ଅନ୍ୟ ଦେବଙ୍କ ଅଂଶ ଅବତାର। ଲକ୍ଷ୍ମଣ ଶେଶନାଗଙ୍କ ଅବତାର ବୋଲି ବିବେଚନା କରାଯାଏ ଯିଏ କ୍ଷିରସାଗରରେ ଭଗବାନ ବିଷ୍ଣୁଙ୍କ ଆସନ। ସେହିପରି ଭରତ ଭଗବାନ ବିଷ୍ଣୁଙ୍କ ହାତରେ ଥିବା ସୁଦର୍ଶନ-ଚକ୍ର ହୋଇଥିବା ବେଳେ ଶତ୍ରୁଘ୍ନ ଶଙ୍ଖ-ଶୈଳର ଅବତାର ବୋଲି ବିବେଚନା କରାଯାଏ।

ଭଗବାନ ରାମ ଭାଙ୍ଗିଥିବ ଧନୁ କାହାର:

ପ୍ରତ୍ୟେକ ରାମଭକ୍ତ ଜାଣନ୍ତି ଯେ ମାତା ସୀତାଙ୍କୁ ଭଗବାନ ରାମ ସ୍ୱୟଂବର ମାଧ୍ୟମରେ ପାଇଥିଲେ ଏବଂ ବିବାହ କରିଥିଲେ। ସେହି ସ୍ୱୟଂବର ପାଇଁ ଭଗବାନ ଶିବଙ୍କ ଧନୁକୁ ବ୍ୟବହାର କରାଯାଇଥିଲା ଯେଉଁଥିରେ ସମସ୍ତ ରାଜକୁମାରଙ୍କୁ ଏହାର ବାଣୀକୁ ଲଗେଇବାର ଥିଲା। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ସେହି ଧନୁ ଭଗବାନ ଶିବଙ୍କର ଥିଲା ଓ ଏହାର ନାମ “ପିନାକ ଧନୁ” ଥିଲା।

ରାବଣ ଜଣେ ଉତ୍କୃଷ୍ଟ ବୀଣା ବାଦକ:

ସମସ୍ତେ ଜାଣିଥିବେ ଯେ ରାବଣ ଜଣେ ରାକ୍ଷସରାଜ ଥିଲେ, କିନ୍ତୁ ଖୁବ୍ କମ ଲୋକ ଜଣିଥିବେ ସେ ସେ ଜଣେ ଉତ୍କୃଷ୍ଟ ବୀଣା ବାଦକ ଥିଲେ। ଭଗବାନ ଶିବଙ୍କ ଉପରେ ତାଙ୍କର ଦୃ‌ଢ ବିଶ୍ୱାସ ଥିଲା। ରାବଣ ଜଣେ ମହାନ ପଣ୍ଡିତ ଥିଲେ ଏବଂ ବେଦ ଅଧ୍ୟୟନ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ରାବଣ ଧ୍ୱଜରେ ବୀଣାକୁ କାହିଁକି ପ୍ରତୀକ ଭାବରେ ରଖିଥିଲା?

ରାବଣ ଜଣେ ଉତ୍କୃଷ୍ଟ ବୀଣା ବାଦକ ହୋଇଥିବାରୁ ବୀଣାକୁ ତା’ର ଧ୍ୱଜରେ ପ୍ରତୀକ ଭାବରେ ସାମିଲ କରାଯାଇଥିଲା। ତେବେ ରାବଣ ଏହି କଳାକୁ ଅଧିକ ଗୁରୁତ୍ୱ ଦେଇନଥିଲା କିନ୍ତୁ ସେ ଏହି ବାଦ୍ୟଯନ୍ତ୍ର ବଜାଇବାକୁ ପସନ୍ଦ କରିଥିଲା।

ରାମାୟଣକୁ ନେଇ ନାସାର ମତ:

ରାମାୟଣର କାହାଣୀର ଶେଷ ପର୍ଯ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ରାମ ଏବଂ ଲକ୍ଷ୍ମଣ ମାଙ୍କଡ ସୈନ୍ୟ ସାହାଯ୍ୟରେ ଲଙ୍କାକୁ ଜୟ କରିବା ପାଇଁ ଏକ ସେତୁ ନିର୍ମାଣ କରିଥିଲେ।
ନିକଟରେ ନାସା ପାକ୍‌ ଜଲଡମରୁମଧ୍ୟରେ ଶ୍ରୀଲଙ୍କା ଏବଂ ଭାରତକୁ ସଂଯୋଗ କରୁଥିବା ଏକ ପ୍ରାଚୀନ ମାନବ ନିର୍ମିତ ସେତୁର ଆବିଷ୍କାର କରିଛି। ଅନୁସନ୍ଧାନକାରୀ ଏବଂ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଅନୁଯାୟୀ ଏହି ସେତୁ ନିର୍ମାଣ ସମୟ ରାମାୟଣ ମହାକାବ୍ୟରେ ବର୍ଣ୍ଣିତ ସେତୁର ନିର୍ମାଣ ସମୟ ସହିତ ମେଳ ଖାଉଛି। ନାସା ଉପଗ୍ରହ ଦ୍ୱାରା ଆବିଷ୍କୃତ ହୋଇଥିବା ଏହି ସେତୁକୁ “ଆଦମ ବ୍ରିଜ୍” କୁହାଯାଉଛି ଏବଂ ଏହାର ଲମ୍ବ ପ୍ରାୟ ୩୦ କିଲୋମିଟର।



from Latest Odisha News, Breaking News Today | Top Updates on Corona - OTV News https://ift.tt/au50OJA
Ayodhya Ram Mandir: ଭଗବାନ ରାମ ଯଦି ବିଷ୍ଣୁଙ୍କ ଅବତାର, ଅନ୍ୟ ଭା‍ଇମାନେ କାହାର ଅଂଶ Pramod Behera Ayodhya Ram Mandir: ଭଗବାନ ରାମ ଯଦି ବିଷ୍ଣୁଙ୍କ ଅବତାର, ଅନ୍ୟ ଭା‍ଇମାନେ କାହାର ଅଂଶ Pramod Behera Reviewed by SUBHENDU BARAL on January 13, 2024 Rating: 5

No comments:

Powered by Blogger.